ଇତିହାସ

ମହାରଜା ଗଜପତି

ମହାରାଜା ଶ୍ରୀ କୃଷ୍ନଚନ୍ଦ୍ର ଗଜପତି

ଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡିଶାର ସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ ।

ଗଜପତି ଜିଲ୍ଲା ରାଜ ପ୍ରାସାଦ

ରାଜ ପ୍ରସାଦ ପାରଳାଖେମୁଣ୍ଡି

ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଠାରୁ ଏକ ସ୍ଵତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି ।

ବୂନ୍ଦାବନ ପ୍ରସାଦ

ବୂନ୍ଦାବନ ପ୍ରସାଦ ପାରଳାଖେମୁଣ୍ଡି

ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡିଶା ପ୍ରଦେଶର ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗ ଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ଵକୁ ଉପସ୍ଥାପନ କରୁଅଛି ।