ଜିଲ୍ଲା ଶିଳ୍ପ କେନ୍ଦ୍ର
ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଜନକାରୀ କାର୍ଯ୍ୟକ୍ରମ (ପି.ଏମ୍.ଇ.ଜି.ପି)
ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତିସୃଜନକାରୀ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣ।ଳୟର ଏକ କ୍ରାନ୍ତିକାରୀ ନିର୍ଣ୍ଣୟ ଅଟେ, ଯାହାକି ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଗ୍ରାମୀଣ ରୋଜଗାର ସୃଜନ କାର୍ଯ୍ୟକ୍ରମ ଦୁଇଟିର ମିଶ୍ରଣରୁ ସୃଷ୍ଟିକରାଯାଇଛି । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସମଗ୍ର ଦେଶରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେ.ଭି.ଇ.ସି.)ଜାତୀୟ ସ୍ତରର ନୋଡାଲ୍ ଏଜେନ୍ସି ଅଟନ୍ତି।
ରାଜ୍ୟସ୍ତରରେ ଏହି କାର୍ଯ୍ୟକ୍ରମଟିକୁ ତିନୋଟି ଏଜେନ୍ସି କାର୍ଯ୍ୟକାରୀ କରୁଛନ୍ତି ।
- ଜିଲ୍ଲା ଶିଳ୍ପକେନ୍ଦ୍ର (ଡି.ଆଇ.ସି.)
- ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେ.ଭି.ଇ.ସି)
- ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ (କେ.ଭି.ଇ.ବି)
ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେ.ଭି.ଇ.ସି) ଏବଂ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ (କେ.ଭି.ଇ.ବି.) କେବଳ ଗ୍ରାମାଞ୍ଚଳ ପାଇଁ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡି.ଆଇ.ସି.) ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ କାର୍ଯ୍ୟକାରୀ କରୁଛନ୍ତି ।
ଆବେଦନ କରିବାର ପ୍ରମୁଖ ନିୟମାବଳୀ
ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ଵ ହେବା ଆବଶ୍ୟକ ।
ଅନୁମୋଦିତ ପ୍ରକଳ୍ପ ସ୍ଥାପନ ସକାଶେ ଗ୍ରାମାଞ୍ଚଳ ପାଇଁ ୨୫%-୩୫% ଏବଂ ସହରାଞ୍ଚଳ ପାଇଁ ୧୫%-୨୫% ସର୍ବୋଚ୍ଛ ପ୍ରୋତ୍ସାହନ ରାଶି ଉପଲବ୍ଧ।
ଉତ୍ପାଦନଭିତ୍ତିକ ଉଦ୍ୟୋଗ ପାଇଁ ସର୍ବୋଚ୍ଚ ଟ. ୨୫.୦୦ଲକ୍ଷ ଏବଂ ସେବାଭିତ୍ତିକ ଉଦ୍ୟୋଗ ପାଇଁ ଟ. ୧୦.୦୦ ଲକ୍ଷ ପର୍ଯ୍ୟନ୍ତ ଅନୁମୋଦିତ ସର୍ବାଧିକ ମୂଲ୍ୟର ପ୍ରକଳ୍ପ ରାଶି ଧାର୍ଯ୍ୟ କରାଯାଇଛି ।
ଉତ୍ପାଦନଭିତ୍ତିକ ଶିଳ୍ପ ଟ. ୧୦.୦୦ ଲକ୍ଷ ଏବଂ ସେବାଭିତ୍ତିକ ଶିଳ୍ପ ଟ. ୫.୦୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପ ପାଇଁ ଆବେଦନକାରୀ ଅତି କମ୍ ରେ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।
ଏହି ଯୋଜନା ଅଧୀନରେ ଗୋଟିଏ ପରିବାରରୁ କେବଳ ଜଣେ ବ୍ୟକ୍ତି ଆର୍ଥିକ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ।
ପ୍ରସ୍ତାବିତ ପ୍ରକଳ୍ପର ସ୍ଥାନଟି ମନୋନୀତ କରିଥିବା ବ୍ୟାଙ୍କ ଶାଖାର ସର୍ଭିସ ଏରିଆ ମଧ୍ୟରେ ହୋଇଥିବା ଆବଶ୍ୟକ ।
କାର୍ଯ୍ୟରତ ଉଦ୍ୟୋଗ କିମ୍ବା ଅନ୍ୟ କୌଣସି କେନ୍ଦ୍ର / ରାଜ୍ୟ ଯୋଜନା ଅଧୀନରେ ସବସିଡି / ମାର୍ଜିନ (ପ୍ରୋତ୍ସାହନ) ରାଶିର ଲାଭ ନେଇସାରିଥିବା ଆବେଦନକାରିମାନେ ଏଥି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ଆବେଦନକାରୀଙ୍କର ଆଧାର କାର୍ଡ ଏବଂ ପାନ୍ କାର୍ଡ ଥିବା ଆବଶ୍ୟକ ।
କିପରି ଆବେଦନ କରିବେ
ପ୍ରତ୍ୟେକ ବର୍ଷ ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ପରିଯୋଜନା ବିଷୟରେ ବିଜ୍ଞାପନ ଦିଆଯାଏ । ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ନିୟମାବଳୀ ଅନୁଯାୟୀ ଯୋଗ୍ୟ ଆବେଦନକାରୀ ନିମ୍ନ ଲିିିଖିତ ଲିଂକ https://www.kviconline.gov.in/pmegpeportal ରେ ଆବଶ୍ୟକୀୟ କାଗଜପତ୍ର ସହିତ କେବଳ ଅନ୍ ଲାଇନ ଦରଖାସ୍ତ ମାଧ୍ୟମରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ କିମ୍ବା ସଂପୃକ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଆବେଦନ କରିପାରିବେ । କୌଣସି ପ୍ରକାର ଅଫଲାଇନ ଆବେଦନପତ୍ର ଗ୍ରହଣଯୋଗ୍ୟ ନୁହେଁ ।
ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର
ନିର୍ଦ୍ଧାରିତ ଦରଖାସ୍ତ ଫର୍ମ , ଆଧାରକାର୍ଡ, ନିଜର ଫଟୋ ,ପ୍ରକଳ୍ପ ଅଟକଳ , ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର , ବୈଷୟିକ ଶିକ୍ଷା ପ୍ରମାଣପତ୍ର, ସ୍ଥାନୀୟ ସରପଞ୍ଚଙ୍କ ଦ୍ଵାରା ପ୍ରାପ୍ତ ସଂପୃକ୍ତ ଗ୍ରାମର ଜନସଂଖ୍ୟା ପ୍ରମାଣପତ୍ର (୨୦୧୧ ଜନଗଣନା ଅନୁସାରେ) , ଜାତିଗତ ପ୍ରମାଣପତ୍ର (ଯାହା ପାଇଁ ଦରକାର), ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ପ୍ରମାଣପତ୍ର (ଯଦି କିଏ ଉକ୍ତ ପ୍ରଶିକ୍ଷଣ ନେଇ ସାରିଥାନ୍ତି ) ।
ପି.ଏମ୍.ଇ.ଜି.ପି. ଅନ୍ତର୍ଗତ ହିତାଧିକାରୀ ମାନଙ୍କର ଶ୍ରେଣୀ | ନିଜର ଅଂଶଧନ | ସବସିଡି ଦର ସହରୀ କ୍ଷେତ୍ର ପାଇଁ | ସବସିଡି ଦର ଗ୍ରାମାଞ୍ଚଳ ପାଇଁ |
---|---|---|---|
ସାଧାରଣ ବର୍ଗ | ୧୦% | ୧୫% | ୨୫% |
ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ଅଳ୍ପସଂଖ୍ୟକ, ଓ.ବି.ସି., ମହିଳା, ଅବସରପ୍ରାପ୍ତ ସୈନିକ, ଦିବ୍ୟାଙ୍ଗ , ଉତ୍ତର ପୂର୍ବ ଅଞ୍ଚଳ , ପାର୍ବତ୍ୟ ଓ ସୀମାବର୍ତ୍ତୀ କ୍ଷେତ୍ର | ୫% | ୨୫% | ୩୫% |
ପରିଯୋଜନା ଅନ୍ତର୍ଗତ ମୁଖ୍ୟ ଉଦ୍ୟୋଗ ସମୂହ
କୃଷି ଓ ଖାଦ୍ୟପ୍ରକ୍ରିୟାକରଣ ଆଧାରିତ ଉଦ୍ୟୋଗ , ବନ୍ୟଜାତ ସାମଗ୍ରୀ ଆଧାରିତ ଉଦ୍ୟୋଗ, ହାତ ତିଆରି କାଗଜ ଉଦ୍ୟୋଗ, ଖଣିଜ ଆଧାରିତ ଉଦ୍ୟୋଗ, ରସାୟନ ଆଧାରିତ ଉଦ୍ୟୋଗ, ଗ୍ରାମ୍ୟ ଅଭିଯାନ୍ତ୍ରିକ ଓ ଜୈବ ପ୍ରାଦ୍ୟୋଗିକ ଉଦ୍ୟୋଗ, ଟେକ୍ସଟାଇଲ୍ ଓ ସେବା ଭିତ୍ତିକ ଉଦ୍ୟୋଗ।
ଅନୁଷ୍ଠାନ ଭିତ୍ତିକ ତାଲିମ
- (କ) ରାଜ୍ୟସ୍ତରୀୟ ତାଲିମ
- ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର-ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ, ଗଣ୍ଡମୁଣ୍ଡା, ଭୁବନନେଶ୍ଵରରରେ ଅବସ୍ଥିତ।
- ରାଜ୍ୟ ସ୍ତରୀୟ କେନ୍ଦ୍ରରେ ତାଲିମ ଦିଆଯାଉଥିବା ହସ୍ତଶିଳ୍ପ ଗୁଡିକର ନାମ-ପଥର ଖୋଦେଇ,ପଟ୍ଟଚିତ୍ର, କାଠ ଖୋଦେଇ,ଚାନ୍ଦୁଆ କାମ,ତାଳପତ୍ର ଖୋଦେଇ,ଟେରାକୋଟା।
- ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର ରେ ଅନୁମୋଦିତ ଛାତ୍ର/ଛାତ୍ରୀ ଗ୍ରହଣ କ୍ଷମତା-୧୬୦
- ରାଜ୍ୟସ୍ତରୀୟ କେନ୍ଦ୍ର ପାଇଁ ମାସିକ ତାଲିମ ବୃତି- ଟ ୨୦୦୦/-
- (ଖ)ଜିଲ୍ଲା ସ୍ତରୀୟ ତାଲିମ –
- ଜିଲ୍ଲା ସ୍ତରୀୟ ହସ୍ତଶିଳ୍ପ ବିଦ୍ୟାଳୟ/ତାଲିମ କେନ୍ଦ୍ର ର ସଂଖ୍ୟା-୧୩ ଗୋଟି
- ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ବିଦ୍ୟାଳୟ/ତାଲିମ କେନ୍ଦ୍ର- କଟକ,ପୁରୀ,ବାଲେଶ୍ଵର,ଜଗତସିଂହପୁର,ଢେଙ୍କାନାଳ,ନୟାଗଡ,ଖୋର୍ଦ୍ଧା,ମୟୂରଭଞ୍ଜ ଓ କେନ୍ଦ୍ରପଡା ଜିଲ୍ଲାରେ ଅବସ୍ଥିତ ।
- ଜିଲା ସ୍ତରୀୟ ତାଲିମ କେନ୍ଦ୍ରରେ ଅନୁମୋଦିତ ଛତ୍ର/ଛାତ୍ରୀ ଗ୍ରହଣ କ୍ଷମତା-୧୫୬ ।
- ତାଲିମ ଦିଆଯାଉଥିବା ହସ୍ତଶିଳ୍ପ ଗୁଡିକର ନାମ-ପଥର ଖୋଦେଇକାମ,ଶଙ୍ଖ ଶାମୁକା କାମ,ସବାଇ ଘାସ କାମ,ବେତ ବାଉଁଶ କାମ,କାଇଁଚ କାମ,ପଟ୍ଟଚିତ୍ର କାମ।
- ଜିଲ୍ଲା ସ୍ତରୀୟ ତାଲିମ କେନ୍ଦ୍ର ପାଇଁ ମାସିକ ତାଲିମ ବୃତି- ଟ ୧୦୦୦/-
- ତାଲିମ ଅବଧି-୧ ବର୍ଷ
- ପ୍ରାର୍ଥୀ/ପ୍ରାଥିନୀଙ୍କ ବୟସସୀମା -୧୪ ରୁ ୪୦ ବର୍ଷ(ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି,ଅନ୍ୟାନ୍ୟ ପଛୁଆବର୍ଗ,ସଂଖ୍ୟା ଲଘୁ ସଂପ୍ରଦାୟ ଓ ଶାରୀରିକ ଭିନ୍ନକ୍ଷମ କ୍ଷେତ୍ରରେ ବୟସ ସୀମା ୩ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ। )
- ଶିକ୍ଷାଗତ ଯୋଗ୍ୟତା-ଅଷ୍ଟମ ପାସ ଓ ତଦୁର୍ଦ୍ଧ୍ଵ
ବି।ଦ୍ର.–ରାଜ୍ୟ ସ୍ତରୀୟ ତାଲିମ ପାଇଁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନକୁ ଏବଂ ଜିଲ୍ଲା ସ୍ତରୀୟ ତାଲିମ ପାଇଁ ସମ୍ପୃକ୍ତ ଜିଲ୍ଲା/ଆଞ୍ଚଳିକ ଶିଳ୍ପ କେନ୍ଦ୍ରରେ ଆବେଦନ କରିବା ଆବଶ୍ୟକ।
ଶିଳ୍ପୀ ଗ୍ରାମ ଯୋଜନା
ହସ୍ତଶିଳ୍ପ ପୁଞ୍ଜର କାରିଗରମାନଙ୍କୁ ଆତ୍ମନିଯୁକ୍ତିର ସହାୟତା ପ୍ରଦାନ କରିବା ନିମନ୍ତେ,ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସେମାନନଙ୍କର ଦକ୍ଷତା ବୃଦ୍ଧି, କରିଗରି କୌଶଳ ଅଭିବୃଦ୍ଧି ତାଲିମ,ଉନ୍ନତ ଯନ୍ତ୍ରପାତି ଯୋଗାଣ,ନମୁନା ବିକାଶ ତାଲିମ,ବାଙ୍କ ଋଣ ପାଇଁ ସହାୟତା,ବଜାର ସହାୟତାଇତ୍ୟାଦି ଦିଆଯାଉଛି ।
-
- ହସ୍ତଶିଳ୍ପ ପୁଞ୍ଜ ର କାରିଗରମାନଙ୍କ ସଂଖ୍ୟା- ସର୍ବନିମ୍ନ ୩୦ ଜଣ ବ ତଦୁର୍ଦ୍ଧ
- କାରିଗରମାନଙ୍କ ବୟସ ସୀମା- ୧୮ ରୁ ୫୦ ବର୍ଷ
- ମାସିକ ତାଲିମ ବୃତିର ପରିମାଣ- ୧୦୦୦/- ତାଙ୍କ
- ଶିକ୍ଷାର୍ଥୀଙ୍କ ଯୋଗ୍ୟତା- ସମ୍ପୃକ୍ତ ହସ୍ତଶିଳ୍ପ ରେ ସମ୍ୟକ ଜ୍ଞାନ
ଥିବା ଆବଶ୍ୟକ
- ଅବଧି- ୬ ମାସ ରୁ ଏକ ବର୍ଷ
- ପ୍ରଶିକ୍ଷକଙ୍କ ମାସିକ ପରିତୋଷିକ ଘଣ୍ଟାପ୍ରତି ଟ.୮୦/- ହିସାବରେ ସର୍ବାଧିକ ୧୨୫ ଘଣ୍ଟା ପାଇଁ ତ ୧୦,୦୦୦/-
ଶିଳ୍ପୀ ଉନ୍ନତି ଯୋଜନା
କୁଶଳୀ ଓ ତାଲିମ ପ୍ରାପ୍ତ କରିଗରମାନଙ୍କୁ ସେମାନଙ୍କର ନିଜସ୍ଵ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଯାଇ ଉକ୍ତ ରାଶି ଉପରେ ଅଂଶଧନ ବାବଦକୁ ପ୍ରକଳ୍ପ ମୂଲ୍ୟର ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଉଅଛି।
- ବୟସ- ୧୮ ରୁ ୫୦ ବର୍ଷ
- ଯୋଜନାରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା- ପାରମ୍ପରିକ/ତାଲିମପ୍ରାପ୍ତ ହସ୍ତଶିଳ୍ପକାରିଗର ।
- ଆବେଦନକାରୀ ଋଣ ଖିଲାପି ହୋଇନଥିବେ।
- କାରିଗରଙ୍କ ନିଜସ୍ଵ ଅଂଶଧନ- ପ୍ରକଳ୍ପ ମୂଲ୍ୟର ୫ ପ୍ରତିଶତ।
- ପ୍ରକଳ୍ପ ରାଶିର ପରିମାଣ- ସର୍ବାଧିକ ତ ୫୦,୦୦୦/-
- ସରକାରୀ ଅନୁଦାନ/ରିହାତି- ସର୍ବାଧିକ ତ ୧୦,୦୦୦/-
ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ତାଲିମ
ତୃଣମୂଳ ସ୍ତରର ନୂତନ କରିଗରମାନଙ୍କୁ ନିପୂଣ ଶିଳ୍ପୀଙ୍କ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ୍ବା ।
- ତାଲିମଦତାଙ୍କ ଯୋଗ୍ୟତା – ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ଵାରା ସୂଚୀଭୁକ୍ତ ହୋଇଥିବେ।
- ପ୍ରାର୍ଥୀଗ୍ରହଣ କ୍ଷମତା— ୧୫ ଜଣ
- ଶିକ୍ଷାର୍ଥୀଙ୍କ ବୟସ- ୧୮ ରୁ ୪୦ ବର୍ଷ
- ତାଲିମ ଅବଧି- ୬ ମାସରୁ ୧୨ ମାସ
- ମାସିକ ବୃତିର ପରିମାଣ- ଟ.୧୦୦୦/-
- ଗୁରୁଙ୍କ ପାଇଁ ମାସିକ ପରିତୋଷିକ- ଘଣ୍ଟା ପ୍ରତି ତ ୮୦/- ହିସାବରେ ସର୍ବାଧିକ ୧୨୫ ଘଣ୍ଟା ପାଇଁ୧୦,୦୦୦/-
ହସ୍ତଶିଳ୍ପ ସମଗ୍ରୀଗୁଡ଼ିକର ବିପଣନ ଓ ପ୍ରଚାର ବ୍ୟବସ୍ଥା
ହସ୍ତଶିଳ୍ପୀମାନଙ୍କ ଦ୍ଵାରା ପ୍ରସ୍ତୁତ ସମଗ୍ରୀଗୁଡିକ ପ୍ରଦର୍ଶନୀ ଓ ଉତ୍କଳିକା ମାଧ୍ୟମରେ ବିକ୍ରି ବଟାର ବ୍ୟବସ୍ଥା କରାଯାଉଅଛି।
- ବିଭିନ୍ନ ପ୍ରଦର୍ଶନୀ ଗୁଡିକରେ ମାଗଣାରେ ଷ୍ଟଲ ଯୋଗାଣ।
- ଗସ୍ତ ଖର୍ଚ୍ଚ (ପ୍ରକୃତ ଖର୍ଚ୍ଚ ଅନୁଯାୟୀ) ଦିଆଯାଏ।
- ଦୈନିକ ଭତ୍ତା-ଟ. ୨୦୦/-(ରାଜ୍ୟ ଭିତରେ), ଟ. ୩୦୦/-(ରାଜ୍ୟ ବାହାରେ)
- ସାମଗ୍ରୀ ପରିବହନ ପାଇଁ- ଟ. ୬୦୦/- ରୁ ଟ. ୧୨୦୦/- ପର୍ଯ୍ୟନ୍ତ ଦିଆଯାଏ।
- ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ରେ ଅଂଶ ଗ୍ରହଣ ପାଇଁ ଦିଆଯାଉଥିବା ସହାୟତା-
- ୯ ବର୍ଗ ମିଟର ପର୍ଯ୍ୟନ୍ତ ଜଗାର ଭଡା ଶତ ପ୍ରତିଶତ(ସର୍ବାଧିକ ଟ. ୧,୦୦,୦୦୦/-)ପ୍ରଦାନ।
- ଜଣଙ୍କ ପାଇଁ ଶତ ପ୍ରତିଶତ(ସର୍ବାଧିକ ଟ. ୭୫,୦୦୦/-) ବିମାନ ଯାତ୍ରା ଖର୍ଚ୍ଚ(ଇକୋନୋମି ଶ୍ରେଣୀରେ ) ପ୍ରଦାନ।
- ବିମାନରେ ମାଲ ପରିବହନ ପାଇଁ ଖର୍ଚ୍ଚର ୫୦ ପ୍ରତିଶତ ( ସର୍ବାଧିକ ଟ. ୨୫,୦୦୦/-) ପ୍ରଦାନ।
- ମେଳା ସମୟରେ ରହିବା ଓ ଖାଇବା ଖର୍ଚ୍ଚର ୫୦ ପ୍ରତିଶତ (ଦିନକୁ ଟ. ୫୦୦୦/- ପର୍ଯ୍ୟନ୍ତ) ପ୍ରଦାନ।
ବି।ଦ୍ର –ଏଥିପାଇଁ ସମ୍ପୃକ୍ତ ଆଞ୍ଚଳିକ/ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ମେଳା ର ୬୦ ଦିନ ପୂର୍ବରୁ ନିର୍ଧାରିତ ଫର୍ମ ରେ ଆବେଦନ କରିବାକୁ ହେବ।
ବାହ୍ୟଜ୍ଞାନ ଆହରଣ ପାଇଁ ଯାତ୍ରା
ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରେ ଥିବା ପ୍ରମୁଖ ହସ୍ତଶିଳ୍ପ ପୁଞ୍ଜ/ପେଣ୍ଠ ସ୍ଥଳ ପରିଦର୍ଶନ କରି ଉନ୍ନତମାନର ସାମଗ୍ରୀ ଉତ୍ପାଦନ ଶୈଳୀ ଅନୁଧ୍ୟାନ ସହିତ ବଜାର ଚାହିଦା ବିଷୟରେ ଜ୍ଞାନ ଆହାରଣ କରିବା।
- କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯୋଗ୍ୟତା- ହସ୍ତଶିଳ୍ପ କାରିଗର
- କାରିଗରଙ୍କ ବୟସ ସୀମା- ୧୮ -୫୦ ବର୍ଷ
- ପ୍ରତି ଦଳରେ ନିଆଯାଉଥିବା କାରିଗର ସଂଖ୍ୟା- ୧୦-୨୦ ଜଣ କାରିଗର
- ଉପଲବ୍ଧ ସୁବିଧା-
- ଯାତାୟାତ ଖର୍ଚ୍ଚ (ପ୍ରକୃତ ବସ ଭଡା/ଦ୍ଵିତୀୟ ଶ୍ରେଣୀ ରେଳ ଭଡା ) ସରକାରଙ୍କ ଦ୍ଵାରା ବହନ କରାଯାଇଥାଏ ।
- ଦୈନିକ ଭତ୍ତା ରାଜ୍ୟ ମଧ୍ୟରେ ତ ୧୦୦/- ଏବଂ ରାଜ୍ୟ ବାହାରେ ତ ୧୫୦/- ମିଳିଥାଏ।
- ଦୈନିକ ରହିବା ଖରଚ ବାବଡକୁ ରାଜ୍ୟ ମଧ୍ୟରେ ତ ୧୦୦/- ଓ ରାଜ୍ୟ ବାହାରେ ତ ୨୦୦/- ମିଳିଥାଏ।
ହସ୍ତଶିଳ୍ପ କାରିଗରଙ୍କ କାର୍ମଶାଳା ତଥା ବାସଗୃହ ନିର୍ମାଣ ଯୋଜନା
ହସ୍ତଶିଳ୍ପ କରିଗରମାନଙ୍କୁ ଉନ୍ନତ ଧରଣର କାର୍ମଶାଳା ତଥା ବାସଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ହିତାଧିକାରୀ ମାନଙ୍କୁ କୌଣସି ଦେୟ ଦେବାକୁ ପଡେ ନହିଁ। ଉକ୍ତ ଯୋଜନାଟି ୨୦୧୩-୧୪ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି।
- କାର୍ମଶାଳା ତଥା ବାସଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ଥିବା ଜାଗର ପରିମାଣ-୧୮୦ ବର୍ଗ ଫୂଟ।
- ଆର୍ଥିକ ସହାୟତାର ପରିମାଣ- ଟ ୭୦,୦୦୦/-(ସମତଳ ଅଞ୍ଚଳ)/ ଟ ୭୫,୦୦୦/- (ପାହାଡିଆ ଅଞ୍ଚଳ)।
- ଯୋଗ୍ୟତା-ଦାରିଦ୍ର୍ୟ ସୀମାରେଖା ତଳେ ଥିବା /ଦାରିଦ୍ର୍ୟ ସୀମାରେଖା ଊର୍ଦ୍ଧ୍ଵରେ ଥିବା ଉପଯୁକ୍ତ କାରିଗର(ଆଦିବାସୀ/ହରିଜନ/ମହିଳା/ଭିନ୍ନକ୍ଷମ କାରିଗରମାନଙ୍କୁ ଅଗ୍ରାଧିକାର)।
- ପ୍ରାର୍ଥୀଙ୍କର ନିଜ ନାମରେ ଜମି ଥିବା ଆବଶ୍ୟକ।
ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ଗୁଡିକର ସଶକ୍ତି କରଣ
ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ଗୁଡିକର ସଶକ୍ତି କରଣ ନିମନ୍ତେ ଭିତ୍ତିଭୂମି ବିକାଶ,କଞ୍ଚାମାଲ ଭଣ୍ଡାର ପ୍ରତିଷ୍ଠା ,କାର୍ମଶାଳା ନିର୍ମାଣ,ନୂତନ ପ୍ରଦର୍ଶନୀ ଗୃହ ସ୍ଥାପନ,ଆବର୍ତ୍ତ ଧନ ପ୍ରଦାନ,ପରୀକ୍ଷାଗାର ପ୍ରତିଷ୍ଠା,ଗୁଣ ନିୟନ୍ତ୍ରଣ ମାପକ ପ୍ରତିଷ୍ଠା,ଉତ୍ପାଦିତ ସାମଗ୍ରୀର ବିକାଶ,ପ୍ୟାକିଙ୍ଗ ସୁବିଧା,ସମିତି ଗୃହର ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯାଉଛି।
- ଉକ୍ତ ସହାୟତା ପାଇଁ ସମବାୟ ସମିତି ର ଆବଶ୍ୟକୀୟ ଯୋଗ୍ୟତା-
- ସମବାୟ ସମିତି କ୍ରମାଗତ ଭାବେ ବିଗତ ୩ ବର୍ଷ ପାଇଁ କାର୍ଯ୍ୟକ୍ଷମ ଥିବ ।
- ଉକ୍ତ ସମିତିର ଅଦ୍ୟାବଧି ହିସାବ ସମୀକ୍ଷା ହୋଇଥିବ ।
- ସମିତିର ନିଜସ୍ଵ ଜାଗା ଥିବ ।
- ସମିତି କୌଣସି ଅର୍ଥଲଗାଣକାରୀ ସଂସ୍ଥା ର ଋଣ ଖିଲାପି ହୋଇ ନଥିବ ।
- ସହାୟତା ରାଶିର ପରିମାଣ- ଏହି ଯୋଜନାରେ ପ୍ରକଳ୍ପ ରାଶି ର ଶତକଡା ୮୦ ଭାଗ (ସର୍ବୋଚ୍ଚ ଟ. ୫,୦୦,୦୦୦/-)ସରକାର ବହନ କରନ୍ତି ଓ ଅବଶିଷ୍ଟ ୨୦ ଭାଗ ସମିତି ବହନ କରିଥାଏ।
ନମୂନା ବିକାଶ କାର୍ଯ୍ୟକ୍ରମ
- ବଜାର ଚାହିଦା ମୁତାବକ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟରେ ହସ୍ତଶିଳ୍ପ ପୁଞ୍ଜ ଗୁଡିକରେ ନମୁନା ବିକାଶ କାର୍ଯ୍ୟକ୍ରମସ୍ଵନାମଧନ୍ୟ ଡିଜାଇନର ମାନଙ୍କ ଦ୍ଵାରା ଆୟୋଜନ କରାଯାଉଛି।
- କାରିଗର ମାନଙ୍କ ପାଇଁ ନିୟମିତ ନମୂନା ପାଠ୍ୟକ୍ରମ ପ୍ରଣୟନ ପାଇଁ ରାଷ୍ଟ୍ରୀୟ ଡିଜାଇନ ପ୍ରତିଷ୍ଠାନ,ଅହମଦାବାଦଙ୍କ ବୈଷୟିକ ସହାୟତାରେ ଭୁବନେଶ୍ଵର ଠାରେ ଏକ ନମୂନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଓ ହସ୍ତକଳାର ଗୁଣାତ୍ମକମାନ ବୃଦ୍ଧି ପାଇଁ ଏକ ବର୍ଷିକିଆସାର୍ଟିଫିକେଟ ପାଠ୍ୟକ୍ରମ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଆନୁଷ୍ଠାନଠାରେ ପ୍ରଚଳନ କରାଯାଇଅଛି।
- ଏତଦବ୍ୟତୀତ ନମୁନା ବିକାଶ ଆଧାରିତ ଚାରି ମାସିଆ ପାଠ୍ୟକ୍ରମ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଜରିଆରେ ବାଲେଶ୍ଵର ଠାରେ ପ୍ରଚଳନ କରାଯାଇଅଛି।