ଜିଲ୍ଲା ପଂଚାୟତ ଆଫିସ୍
ଜିଲ୍ଲା ପଞ୍ଚାୟତ କାର୍ଯ୍ଯାଳୟ, ପାରଳାଖେମୁଣ୍ଡି, ଗଜପତି
ଗଞ୍ଜାମ ଜିଲ୍ଲା ବିଭାଜନ ହୋଇ ଗଜପତି ଜିଲ୍ଲା ୨.୧୦.୧୯୯୨ ରେ ନୂତନ ଜିଲ୍ଲା ଗଠିତ ହୋଇ, ଜିଲ୍ଲା ପଞ୍ଚାଯତ କାର୍ଯ୍ୟଲୟ ପରିଚାଳନ କରାଯାଉଅଛି । ଜିଲ୍ଲା ପଞ୍ଚାଯତ ଅଧିକାରୀ, ଜିଲ୍ଲାର ପଞ୍ଚାଯତ ବିଭାଗର ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କରୁଅଛନ୍ତି। ଏହି କାର୍ଯ୍ୟଲୟ ୭ ଗୋଟି ବ୍ଲକ, ୧୪୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୮୬୫ ଗୋଟି ୱାର୍ଡକୂ ନେଇ ଗଠିତ ହୋଇଅଛି । ଏହି କାର୍ଯ୍ୟଲୟରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାଯତର ସମସ୍ତ ପ୍ରକାର ପ୍ରଶାସନିକ କାର୍ଯ୍ୟ ପଞ୍ଚାୟତ ସମିତି ମାନଙ୍କର ଅଭଗତି ଥାଇ ସମ୍ପାଦନ କରାଯାଉଅଛି । ଚଳିତ ଗ୍ରାମ ପଞ୍ଚାୟତ ପୂର୍ନଗଠନ ପୂର୍ବରୁ ଏହି ଜିଲ୍ଲାରେ ୧୨୯ ଗୋଟି ଗ୍ରାମ ପଞ୍ଚାୟତ ଥିଲା । ଓଡିଶା ସରକାରଙ୍କ ପଞ୍ଚୟତରାଜ ବିଭାଗ ଆଦେଶନାମା ନଂ – ୧୧୨୫୭, ତା-୩.୭.୨୦୧୬ ଏବଂ ୧୨୪୯୩ ତା – ୨୧.୭.୨୦୧୬ ଅନିଜୟୀ ୧୪୯ ଗୋଟି ଗ୍ରାମ ପଞ୍ଚାୟତ ପୁନଃ ଗଠନ କରାଗଲା । ନୂତନ ଗ୍ରାମ ପଞ୍ଚାୟତ ଗୁଡିକ ୧୦.୩.୨୦୧୭ ରେ କାର୍ଯ୍ୟକାରୀ କରାଗଲା ।
ବ୍ଲକର ନାମ | ପୂର୍ବରୁ ଥିବା ପଞ୍ଚାୟତ ସଂଖ୍ୟା | ପୁନଃ ଗଠନ ପରେ ପଞ୍ଚାୟତ ସଂଖ୍ୟା |
---|---|---|
କାଶିନଗର | ୧୨ | ୧୨ |
ଗୁମମା | ୧୯ | ୨୦ |
ପାରଳାଖେମୁଣ୍ଡି(ଗୋସାଣି) | ୨୧ | ୨୧ |
ରାୟଗଡା | ୧୮ | ୨୧ |
ନୂଆଗଡ | ୧୪ | ୧୯ |
ଆର। ଉଦୟଗିରୀ | ୧୩ | ୧୭ |
ମୋହନା | ୩୨ | ୩୯ |
ବର୍ତ୍ତମାନ ଜିଲ୍ଲା ପଞ୍ଚାୟତ କାର୍ଯ୍ୟଲୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଜପତି ଠାରେ ୪.୧୦.୨୦୦୪ ଠାରୁ ପରିଚାଳିତ ହଉଅଛି । ଯାହାକି ଏହା ସଙ୍କୀର୍ଣ କୋଠରି ମଧ୍ୟରେ ଅସୁବିଧାରେ ପରିଚାଳନା କରାଯାଉଅଛି । ଏହି କାର୍ଯ୍ୟଲୟରେ ନିମ୍ନଲିଖିତ କାର୍ଯ୍ୟ ସମ୍ପାଦନ କରାଯାଉଅଛି ।
- ସଂସ୍ଥାପନ (ଗ୍ରାମ ସେବକ ତଥା ପଞ୍ଚାୟତ କାର୍ଯ୍ୟ ନିର୍ବହୀ ଅଧିକାରୀ ) ଏବଂ ଗ୍ରାମ ପଞ୍ଚାୟତ ସମ୍ପାଦକ ।
- ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପ୍ରଗତି ସହାୟକ ଏବଂ ଗ୍ରାମ ସେବକ ବଦଳି ।
- ଗ୍ରାମ ପଞ୍ଚାୟତ ସମ୍ପଧକ, ଗ୍ରାମ ପଞ୍ଚାୟତ ପିୟନ, ରାତ୍ର ଜଗୁଆଳି, ମେହେନ୍ତର ଏବଂ କର ଅଧୟକାରୀଙ୍କ ସଂସ୍ଥାପନ ।
- ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଗ୍ରାମ ପଞ୍ଚାୟତ ଗୁଡିକ ସୁରୁଖୁରୁରେ ପରିଚାଳନ ନିମନ୍ତେ ଏହି କାର୍ଯ୍ୟଲୟରେ ଜରିଆରେ ୪ ର୍ଥ ରାଜ୍ୟ ଅର୍ଥ କମିଶନ / ୧୪ କେନ୍ଦ୍ରିୟ ଅର୍ଥ କମିଶନ / ସ୍ଟାଫ ସବ୍ ସି ଡି / ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ବେଠକ ଭତ୍ତା / ସରପଞ୍ଚ, ନାଏବ ସରପଞ୍ଚ ସମ୍ମାନ ସୂଚକ ଭତ୍ତା । ହରିଶଚନ୍ଦ୍ର ସହାୟକ ଯୋଜନା ଅନୁଦାନ ଗୁଡିକ ଇ ଟ୍ରାନ୍ସଫର ମାଧ୍ୟମରେ ଗ୍ରାମ ପଞ୍ଚାୟତ ଗୁଡିକୂ ପଠାଯାଉଅଛି । ଏହି କାର୍ଯ୍ୟଲୟ ଜରିଆରେ ଉପରୋକ୍ତ ଅନୁଧାନ ଗୁଡିକର ବିନିଯୋଗ ପ୍ରମାଣ ପତ୍ର ଆଦାୟ କରାଯାଇ ପଞ୍ଚାୟତରାଜ ବିଭାଗ ଓଡିଶା ସରକାରଙ୍କୁ ପ୍ରେରଣା କରାଯାଉଅଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଉପରକ୍ତ ଅନୁଦାନ ଗୁଡିକର ସଠିକ୍ ବିନିଯୋଗର ତଦାରଖ କରୁଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ, ତାଳସ୍ତରୀୟ ଅଧିକାରୀଙ୍କ ପ୍ରଶାସନିକ କାର୍ଯ୍ୟଗୁଡିକ ସମୟସୀମା ମଧ୍ୟରେ ସମ୍ପାଦନ କରିବା ପାଇଁ ପ୍ରେରଣା ଯୋଗଉଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟଗୁଡିକ, ପଲ୍ଲୀସଭା ଓ ଗ୍ରାମ ସଭା ତଥା ସରକାରଙ୍କ ନିର୍ଦେଶନାମା ଗୁଡୁକ ଉପଯୁକ୍ତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ତାଦରଖ କରୁଛନ୍ତି । ଏତଦ ବ୍ୟତୀତ ଗ୍ରାମ ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଚେରମ୍ୟାନ, ଭାଇସ୍ ଚେରମ୍ୟାନ, ନାଏବ ସରପଞ୍ଚ, ଜିଲ୍ଲା ପରିଷଦ ସଭାପତି, ଭାଇସ୍ ପ୍ରେସିଡେନ୍ଟ ର ସୁନୟସ୍ଥାନ ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତି କରାଯାଉଅଛି । ଜିଲ୍ଲା ପଞ୍ଚାଯତ ଅଧିକାରୀ ଗ୍ରାମ ପଞ୍ଚାୟତ ଗୁଡିକର ସର୍ବସାଧାରଣ ସମ୍ପାତ୍ତିର ଅଧିକ ଆଦାୟ ନିମନ୍ତେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏବଂ ପ୍ରିୟା ସଫ୍ଟ , ପ୍ଳାନ ପ୍ଲସ, ପି.ପି. ଗ୍ରାନ୍ଟ ଏବଂ ଜି. ପି.ଡି.ପି. ର ରିପୋର୍ଟ କମ୍ପିଉଟର ମଧ୍ୟମରେ ସମୟ ସୀମା ଭିତରେ ସରକାରଙ୍କୁ ପଠାଇବା ନିମନ୍ତେ ତଦାରଖ କରୁଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଗ୍ରାମ ପଞ୍ଚାୟତ ଗୁଡିକର ସୁପରିଚାଳନ ନିମନ୍ତେ ଏବଂ ପଞ୍ଚାୟତ ଗୁଡିକୂ ନ୍ୟସ୍ତ କରାଯାଇଥିବା କ୍ଷମତା ସୁପରିଚାଳନ ନିମନ୍ତେ ଉପଦେଶ ଦିଅନ୍ତି । ସେ ଗ୍ରାମ ପଞ୍ଚାୟତ ଗୁଡିକର ବାର୍ଷିକ ପରିଦର୍ଶନ ଚିଠା ନିର୍ଧାରଣ କରି ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରନ୍ତି। ଏବଂ ଏହି ଚିଠା ଅନୁସାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ଡି. ଆର.ଡି.ଏ ଏବଂ ଉପଜିଲ୍ଲାପାଳଙ୍କ ଗ୍ରାମପଞ୍ଚାୟତ ପରିଦର୍ଶନରେ ସହାୟକ ହୁଅନ୍ତି । ଏହି କାର୍ଯ୍ୟଲୟରେ ତ୍ରୀସ୍ତରୀୟ ସାଧାରଣ ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଏ ।
ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗଜପତି
ଇ- ମେଲ– dpogajapati[at]gmail[dot]com
ଦୂରାଭାଷ: ୦୬୮୧୫-୨୨୨୭୩୫