ଡି.ସି.ପି.ୟୁ. ଗଜପତି
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି
ପୃଥିବୀର ପ୍ରାୟ ଶତକଡା ୧୯ ଭାଗ ଶିଶୁ ଭାରତରେ ବାସ କରିଥାନ୍ତି । ଦେଶର ଜନ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ବ୍ୟକ୍ତି ଅଠର ବର୍ଷରୁ କମ ବୟସର ଅଥବା ଶିଶୁ ଅଟନ୍ତି । ଆକଳନରୁ ଜଣାପଡେ ଯେ, ଭାରତରେ ପ୍ରାୟ ଶତକଡା ୪୦ ଭାଗ ଶିଶୁ ବିଭିନ୍ନ କଠିନ ପରିସ୍ଥିତିର ସମୁଖୀନ ହୋଇଥାନ୍ତି । ଶିଶୁ ସୁରକ୍ଷା ସମସ୍ୟା ଗୁଡିକ ଅବହେଳା କରିବା ଦ୍ଵାରା ସିଧାସଳଖ ଭାବେ ଶିଶୁ ମାନଙ୍କର ଅଧିକାର କ୍ଷୁର୍ଣ ହେବା ସହିତ ସେମାନଙ୍କ ପ୍ରତି ହିଂସା, ଦୁର୍ବ୍ୟବହାର, ଅବହେଳା ଓ ନିର୍ଯାତନା ଶୋଷଣ ଆଦି ଆଶଙ୍କାର ବୃଦ୍ଧି ଘଟିଥାଏ । ତେଣୁ ୧୯୯୨ ମସିହାରେ ଭାରତ ମିଳିତ ଜାତିସଙ୍ଘ ଶିଶୁ ଅଧିକାର ଘୋଷଣ। ନାମାକୁ ସ୍ଵୀକୃତି ଦେବା ପରଠାରୁ, ଶିଶୁମାନଙ୍କୁ ଯତ୍ନ ଓ ସୁରକ୍ଷା ପ୍ରସଙ୍ଗରେ ଭାରତରେ ନୀତିସମୂହ ଅଧିକ ଯତ୍ନବାନ ତଥା ପ୍ରତିଶୃତିବଦ୍ଧ। ୨୦୦୯ ମସିହାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ଏକ ନୂତନ ତଥା ବ୍ୟାପକ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲା ଯାହାକି ମୁଖ୍ୟତଃ ତିନୋଟି ଯୋଜନାର ଏକ ସମାହାର ଯଥା ବାଳ ଅପରାଧ ନ୍ୟାୟ ପ୍ରଦାନ ପାଇଁ ଏକ କାର୍ଯ୍ୟକ୍ରମ, ରାସ୍ତା କଡରେ ରହୁଥିବା ଶିଶୁମାନଙ୍କ ପାଇଁ ଏକ ସମନ୍ଵିତ କାର୍ଯ୍ୟକ୍ରମ (ଚାଇଲ୍ଡଲାଇନ ସେବା ଯୁକ୍ତ), ଶିଶୁମାନଙ୍କୁ ଯତ୍ନ ନିମନ୍ତେ ଥିବା ବିଭିନ୍ନ ଗୃହମାନଙ୍କୁ ସହାୟତା ନିମନ୍ତେ ଏକ କାର୍ଯ୍ୟକ୍ରମ, ଯଦ୍ୱାରା ଦେଶ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ତ୍ଵରାନିତ କରାଯାଇପାରିବ । ଏହି ଯୋଜନା ଆମ ଜିଲ୍ଲାରେ ୨୦୧୩ ମସିହାରେ ଆରମ୍ଭ ହୋଇଛି । ଜାତୀୟ ହାର ହିସାବରେ ଆମ ଜିଲ୍ଲାରେ ପ୍ରାୟ ୮୦,୦୦୦ ଶିଶୁଙ୍କର ଶିଶୁ ସୁରକ୍ଷା ସମସ୍ୟା ଦ୍ଵାରା ଶିଶୁ ଅଧିକାର କ୍ଷୁର୍ଣ ହୋଇଥାଏ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜିଲ୍ଲାପାଲଙ୍କ ନେତୃତ୍ଵରେ ଏବଂ ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ, ସ୍ଵତନ୍ତ୍ର କିଶୋର ପୁଲିସ ୟୁନିଟ୍ ଏବଂ ଚାଇଲ୍ଡଲାଇନର ସହାୟତାରେ ଶିଶୁ ସୁରକ୍ଷା ପାଇଁ କାମ କରୁଅଛି। ଆମେ ସମସ୍ତେ ଜାଣିଅଛେ ଯେ, ଆମ ଜିଲ୍ଲାର ଶିଶୁ ପିତା,ମାତା ଏବଂ ଅଭିଭାବାକଙ୍କ ଦ୍ଵାରା ଅବହେଳିତ ଏଣୂ କିଛି ଦଲାଲ ଏହାର ସୁଯୋଗ ନେଇ ରାଜ୍ୟ ବାହାରେ କାମ ଦେବା ଏବଂ ଉତ୍ତମ ଶିକ୍ଷା ଆଳରେ ଶୋଷଣ କରୁଛନ୍ତି । ତେଣୂ ବର୍ତମାନ ଜିଲ୍ଲାପାଳଙ୍କ ନେତୃତ୍ବରେ ଅତ୍ୟଧିକ ସମ୍ବେଦନଶିଳ ଥିବା ୧୮ଗୋଟି ଦୁର୍ଗମ ଅଞ୍ଚଳକୁ ଚିହ୍ନଟ କରି ବ୍ୟାପକ ସଚେତନତା ଓ ପ୍ରତିରୋଧକ କାର୍ଯକ୍ରମ କରାଯାଉଅଛି। ଯାହା ଦ୍ଵାରା ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯାତନରୁ ଶିଶୁମାନଙ୍କୁ ବହୁ ମାତ୍ରାରେ ଉଧାର କରିବା ସହ ଏଥିରେ ସଂଶ୍ଳିଷ୍ଟ ଥିବା ଅପରାଧୀମାନଙ୍କ ବିରୋଧରେ ଦୃଢ କାର୍ଯ।ନୁଷ୍ଠାନ ଗ୍ରହଣ କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଆବଶ୍ୟକ ଶିକ୍ଷା, ଯତ୍ନ ଓ ଦକ୍ଷତା ବୃଦ୍ଧି ଉପରେ କାର୍ଯକ୍ରମ କରାଯାଉଅଛି । ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ତୁରନ୍ତ ସହାୟତା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (୮୭୬୩୨୭୦୭୫୦) ଏବଂ ଚାଇଲ୍ଡଲାଇନ (୧୦୯୮)ଙ୍କୁ ଦୃଷ୍ଟି ଆକର୍ଷଣ କରିବେ।
କ୍ରମିକ ନଂ | କାର୍ଯ୍ୟ।ଳୟ ନାମ | କାର୍ଯ୍ୟ।ଳୟ ଠିକଣା | ଯୋଗାଯୋଗ ନଂ | କେଉଁ ପ୍ରକାର ଶିଶୁ ପାଇଁ କାର୍ଯ୍ୟରତ |
---|---|---|---|---|
୧ | ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ | ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ, ପାରଳାଖେମୁଣ୍ଡି | ୦୬୮୧୫ -୨୨୨୫୮୬
୮୭୬୩୨୭୦୭୫୦ |
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ |
୨ | କିଶୋର ନ୍ୟାୟ ବୋର୍ଡ | ଓଡିଆ ତେଲି ସାହି, କୋର୍ଟ ଛକ, ପାରଳାଖେମୁଣ୍ଡି | ୮୯୮୪୬୮୬୧୨୩ | ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ |
୩ | ଶିଶୁ ମଙ୍ଗଳ ସମିତି | ମୁଖ୍ୟ ଚିକିତ୍ସାଳୟ ରାସ୍ତା, ମହିଳା ମହାବିଦ୍ୟାଳୟ ନିକଟ, ପାରଳାଖେମୁଣ୍ଡି | ୦୬୮୧୫ -୨୨୨୧୪୮ | ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ |
୪ | ସ୍ଵତନ୍ତ୍ର କିଶୋର ପୁଲିସ ୟୁନିଟ୍ | ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟ।ଳୟ, ପାରଳାଖେମୁଣ୍ଡି | ୯୪୩୭୧୧୧୯୩୩ | ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ |
୫ | ଚାଇଲ୍ଡଲାଇନ | ଫୋରେଷ୍ଟ ଗେଟ, ପରଳଖେମୁଣ୍ଡି | ୧୦୯୮
୦୬୮୧୫- ୨୨୨୬୩୧ ୯୪୩୮୮୬୪୯୪୭ |
ଦିବା ଓ ରାତ୍ର ଜରୁରୀକାଳୀନ ସେବା |
୬ | ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର | ବିଶ୍ଵନାଥ ନଗର, ପାରଳାଖେମୁଣ୍ଡି | ୮୭୬୩୫୯୩୦୨୩ | ଆଇନ ଗତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର |
୭ | ନିଶାନ ଷାଲୋମ ଶିଶୁ ଗୃହ | ଗୁମ୍ମା, ଗଜପତି | ୮୭୬୩୧୮୫୦୦୩ ୮୭୬୩୫୯୩୦୨୩ | ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୮ | ନବଜୀବନ ବ୍ଳାଇଣ୍ଡ ରିଲିଫ ସେଣ୍ଟର ଶିଶୁ ଗୃହ | ଦଣ୍ଡମାଳ। ସାହି, ପାରଳାଖେମୁଣ୍ଡି | ୯୬୯୨୦୮୭୧୭୭
୮୨୪୭୭୮୩୩୧୩ |
ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୯ | ବିବେକାନନ୍ଦ ରେସିଡେନ୍ସିୟଲ ସ୍କୁଲ ଶିଶୁ ଗୃହ | ଏସ. ଉରୁଡା, ଗୋଷଣୀ ବ୍ଲକ, ଗଜପତି | ୯୪୩୯୩୨୪୨୦୬ | ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୧୦ | ଶ୍ରୀ ଜଗନ୍ନାଥ ନିକେତନ ଶିଶୁ ଗୃହ | ଆର. ସିତାପୁର, ଗୋଷଣୀ ବ୍ଲକ, ଗଜପତି | ୯୪୩୭୩୮୧୯୯୬
୯୮୬୧୨୫୯୪୧୨ |
ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୧୧ | ଆଇ.ଜି.ଏମ ଶିଶୁ ଗୃହ | ରାୟଗଡ଼, ଗଜପତି | ୭୮୯୪୯୭୦୫୭୭
୮୪୫୫୮୩୮୩୪୨ |
ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୧୨ | ଡେଷ୍ଟାର ହୋମ ଫୋର ନିରାଶ୍ରୟ ଗୃହ | ଜରଉ, ଗୋବିନ୍ଦପୁର, ଗଜପତି | ୯୯୩୮୦୧୪୯୯୮
୯୪୩୯୩୫୮୭୪୦ |
ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ |
୧୩ | ଶିକ୍ଷାରୁ ବଞ୍ଚିତ ଥିବା ଶିଶୁ ମାନଙ୍କ ସକାଶେ ଅର୍ବନ ହୋଷ୍ଟେଲ | ଗାନ୍ଧୀ ଉଚ୍ଚ ପ୍ରଥିମିକ ବିଦ୍ୟାଳୟ, ପାରଳାଖେମୁଣ୍ଡି | ୯୪୩୭୭୫୦୫୪୦
୮୩୩୯୦୨୮୫୭୨ |
ଶିକ୍ଷାରୁ ବଞ୍ଚିତ ଥିବା ଶିଶୁ ମାନଙ୍କ ସକାଶେ |