ପସନ୍ଦ ସ୍ଥାନ
ଉପକ୍ରମ
ଗଜପତି ଜିଲ୍ଲା ହେଉଛି ବହୁତ ସାଂସ୍କୃତିକ, ଭାଷାଭିତିକ ଏବଂ ବିଭିନ୍ନ ପ୍ରକାର ଜୀବଜନ୍ତୁ ବସବାସ କରୁଥିବା ପର୍ଯ୍ଯଟନ ସ୍ଥଳୀ ଯହର ରକ୍ଷଣା ବେକ୍ଷଣା ଦାୟିତ୍ୱ ଲୋକ ମାନଙ୍କର ଏବଂ ସରକାରଙ୍କ ଦୃଷ୍ଟି ଗୋଚର ହେବା ନିହତି ଆବଶ୍ଯକ । ଜିଲ୍ଲାରେ ଅନେକ ଧର୍ମ ପୀଠ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ଯ ଭରା ସ୍ଥାନ ରହିଅଛି ଯାହା ସମଗ୍ର ରାଜ୍ଯରେ ଏକ ସ୍ୱତନ୍ତ୍ର ସ୍ଥାନରେ ପରିଚୟ ସୃଷ୍ଟି କରିପାରିଛି ।
ଚନ୍ଦ୍ରଗିରି

ତିବ୍ବେତାନ ମନ୍ଦିର ଚନ୍ଦ୍ରଗିରି
ବର୍ଣ୍ଣନା
ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହା ବ୍ରହ୍ମପୁରରୁ ୮୦ କି.ମି. ଏବଂ ପାରଳାଖେମୁଣ୍ଡି ସହର ଠାରୁ ୮୮ କି.ମି. ଦୂର୍ରେ ଅବସ୍ଥିତ । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯେଉଁଠାରେ ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍ଘାଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ । ଏହି ପବିତ୍ର ସ୍ଥାନତଟିକୁ ମଧ୍ଯ “ଶ୍ରୀ ପଦ୍ମପାଦ” ବୋଲି କୁହାଯାଏ । ମନ୍ଦିର ମଧ୍ଯରେ ବୁଦ୍ଧଙ୍କ ଏକ ବୃହତ୍ତ ଧ୍ଯାନାବସ୍ଥାରେ ଥିବ ମୂର୍ତ୍ତୀ ଯାହାଙ୍କ ପାଖରେ ପଦ୍ମପାଦ ଏବଂ ମଞ୍ଜୁଶ୍ରୀ ରହିଅଛି ।
ଗଣ୍ଡାହାତୀ ଜଳପ୍ରପାତ

ଗଣ୍ଡାହାତୀ ଜଳପ୍ରପାତ
ବର୍ଣ୍ଣନା
ଗଣ୍ଡାହାତୀ ପାରଳାଖେମୁଣ୍ଡି ଜମିଦାରମାନଙ୍କ ଏକ ମୂଖ୍ଯ କର ଆଦାୟ ସ୍ଥଳୀ ଥିଲା ।ଏହି ସ୍ଥାନର ନାମ୍ରୁ ସ୍ପଷ୍ଟ ହୁଏ କି ଏଥାରେ ପୂର୍ବରୁ ଅନେକ ହାତୀ ବସବାସ କରୁଥିଲେ । ଯାହା ବର୍ତ୍ତମାନ ସମୟରେ ବିଲୁପ୍ତପ୍ରାୟ ହେବାକୁ ବସିଲାଣି । ଏହି ସ୍ଥାନଟି ମୁଖ୍ଯତଃ “ସୁନ୍ଦର ଜଳପ୍ରପାତ” ପାଇଁ ଖ୍ଯାତି ଅର୍ଜନ କରିଅଛି । ଗଜପତି ଜିଲ୍ଲରେ ଥିବ ଅଳ୍ପ କିଛି ଜଳପ୍ରପାତ ମଧ୍ଯରୁ ଏହ ଏକ ମୁଖ୍ଯ ଏବଂ ଆକର୍ଷଣୀୟ ଜଳପ୍ରପାତ ଅଟେ । ଏହି ଜଳପ୍ରପାତଟି ୧୨୧୨.୪୦ ହେକ୍ଟର ଜାଗା ବିଶିଷ୍ଟ ଯାହାର ଉଚ୍ଚତା ୨୦ ମି. ଅଟେ । ଏହ ଜିଲ୍ଲାର ମୁଖ୍ଯାଞ୍ଚଳରୁ ୨୭ କି.ମି. ଦୂର ଅଟେ ।
ମାଙ୍କଡଡିଆଁ ଜଳପ୍ରପାତ

ବର୍ଣ୍ଣନା
ଏହା ମଧ୍ଯ ଗଜପତି ଜିଲ୍ଲାର ଅନ୍ଯ ଏକ ଜଳପ୍ରପାତ ସ୍ଥଳି । ଏହା ଆର. ଉଦୟଗିରି ମଣ୍ଡଳ ମଧ୍ଯରେ ଥିବା ଶିଆଳିଲାଟି ସ୍ଥାନରେ ଅବସ୍ଥିତ । ଏହା ଜିଲ୍ଲାର ମୁଖ୍ଯ କାର୍ଯ୍ଯାଳୟ ପାରଳାଖେମୁଣ୍ଡିରୁ ୮୦ କି.ମି. ଏବଂ ଆର. ଉଦୟଗିରି ମଣ୍ଡଳ ଠାରୁ ୨୨ କି.ମି. ଅଟେ । ଏହି ସ୍ଥାନରେ ନିରବତା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଲୋକମାନେ ଦୂରଦୂରାନ୍ତରୁ ଏହି ସ୍ଥାନକୁ ଉପଯୋଗ କରିବା ପାଇଁ ଆସନ୍ତି ।
ବୃନ୍ଦାବନ ରାଜପ୍ରାସାଦ

ବର୍ଣ୍ଣନା
ବୃନ୍ଦାବନ ରାଜପ୍ରାସାଦ ହେଉଛି କେବଳ ଗଜପତି ଜିଲ୍ଲାର ନୁହେଁ ସମଗ୍ର ଓଡ଼ିଶା ଈତିହାସରଏକ ପ୍ରମୁଖ ସ୍ଥାନ । ଏହ ପୂର୍ବତ୍ତନ ମହାରାଜା ପାରଳାଖେମୁଣ୍ଡିଙ୍କ ଗ୍ରୀଷ୍ମକାଳୀନ ବାସଗୃହ ଅଟେ । ଏହା ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ । ଏହା ଶାଳ ବୃକ୍ଷ ଦ୍ୱାରା ଆବଦ୍ଧ ହୋଇ ରହିଥିବା ସ୍ଥାନ । ବୃନ୍ଦାବନ ରାଜଗୃହ ୩ ଗୋଟି ମହଲା ବିଶିଷ୍ଟ ଗୃହ ଯେଉଁଥିରେ ଏକ ଗୃହ ମାଟିତଳେ ଅବସ୍ଥିତ ଅଟେ । ଏହି ଗୃହଟି ରାଜାଙ୍କର ମୁଖ୍ଯ ଦରବାର ସହିତ ସଂଯୋଗ ହୋଇଅଛି । ଏହି ରାଜଗୃହ ଅତି ଉଚ୍ଚକୋଟୀର କାରୁକାର୍ଯ୍ଯର ପରିଚୟ ଦେଇଥାଏ । ରାଜପ୍ରାସାଦକୁ ଲାଗି ଏକ ସୁନ୍ଦର ବଗିଚା ଅଛି ଯେଉଁଥିରେ ରାଜା ଅବସର ସମୟରେ ଭ୍ରମଣ କରନ୍ତି ।
ମହେନ୍ଦ୍ରଗିରୀ

ବର୍ଣ୍ଣନା
ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତରେ ଥିବା ଦୋଷିମାଳୀ ପଥ ଉପରେ ମହେନ୍ଦ୍ରଗିରି ଅବସ୍ଥିତ । ଏହା ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାର ତ୍ରିଶିମାଳୀ ଓ ଆନ୍ଧ୍ରର ଶ୍ରୀକାକୁଲମ୍ ସ୍ଥାନରେ ଅବସ୍ଥିତ । ରାଜ୍ଯରେ ଥିବା ତିନିଗୋଟି ପର୍ବତ ଶୃଙ୍ଗ ମଧ୍ଯରୁ ଦ୍ୱିତୀୟ ସ୍ଥାନ ୪୮୨୩ ଫୁଟ ଉଚ୍ଚତା ବିଶିଷ୍ଟ । ଅନ୍ଯ ଦୁଇଟି ମଧ୍ଯରୁ ଶଂହରାଜ ପ୍ରଥମ ସ୍ଥାନ ୪୮୭୨ ଫୁଟ ଏବଂ ଦେବଗିରୀ ୪୫୩୪ ଫୁଟ ସହିତ ତୃତୀୟ ସ୍ଥାନରେ ରହିଅଛି । ବ୍ରହ୍ମପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୧ କି.ମି. ଏବଂ ସମୁଦ୍ର କୂଳରୁ ୨୦ କି.ମି. ଦୂରତାରେ ଅବସ୍ଥିତ । ଏହ ବ୍ରହ୍ମପୁର ଠାରୁ ଅସିଲେ ଟୁମ୍ବାଠାରେ, ପାରଳାଖେମୁଣ୍ଡି ଠାରୁ ଅସିଲେ ଜଙ୍ଗଲପାଡୁ ଠାରେ ବାଟରେ ପଡିଥାଏ । ମହେନ୍ଦ୍ରଗିରି ପର୍ବତ ମୁଖ୍ଯତଃ ପୌରାଣିକ, ଧାର୍ମିକ ଏବଂ ପର୍ଯ୍ଯଟନ ଦୃଷ୍ଟି କୋଣରୁ ଏକ ସ୍ମରଣୀୟ ସ୍ଥଳୀ ଅଟେ ।
ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ଗଜପତି
- ଡ୍. ରତିକାଂଥ ପଟ୍ଟନାୟକ, ଓ ପ ସେ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଦୂରାଭାଷ: ୯ ୪ ୩ ୭ ୪ ୮ ୨ ୭ ୨ ୯