ପ୍ରାଣୀ ସଂପଦ ବିକାଶ
ପ୍ରାଣୀ ସଂପଦ ବିକାଶ ବିଭାଗ, ଗଜପତିର ବିବରଣୀ
ଜିଲ୍ଲାର ନାମ : ଗଜପତି
ଉପଖଣ୍ଡର ନାମ : ପାରଳାଖେମୁଣ୍ଡି
ଜିଲ୍ଲାସ୍ଥରୀୟ ମୁଖ୍ୟ ଚିକିତ୍ସାଳୟ : ୧
ଜିଲ୍ଲାର ଅନ୍ୟାନ୍ୟ ଚିକିତ୍ସାଳୟ ସଂଖ୍ୟା : ୧୦
ପ୍ରାଣୀ ସହାୟକ କେନ୍ଦ୍ର ସଂଖ୍ୟା : ୫୨
ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ କାର୍ଯ୍ୟାବଳୀର ବିବରଣୀ
- ଜାତୀୟ ଗୋମୋହିଷାଦି ପ୍ରଜନନ ଓ ଗୋଉନ୍ନୟନ ଯୋଜନା :
- ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ଏଗାର(୧୧) ଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ତିରିଶି (୩୦)ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ କୁତ୍ରିମ ପ୍ରଜନନ ଦ୍ବାରା ଉନ୍ନତ ବାଛୁରୀ ଉତ୍ପାଦନ କରାଯାଉଅଛି
- ପ୍ରାଣୀ ଚିକିତ୍ସା ସେବା ଓ ରୋଗ ନିରାକରଣ ଯୋଜନା:
- କ. ସାହାଣ, ବଜବଜିଆ, ଆନ୍ଥ୍ରାକ୍ସ, ଥେଲେରିଆ ଏବଂ ବୃଶେଲା ରୋଗର ପ୍ରତିଷେଧକ ଟିକାକରଣ ମାଧ୍ୟମରେ ଗୋରୁ ଏବଂ ମହିଷୀମାନଙ୍କୁ ରୋଗରୁ ସୁରକ୍ଷା ଦିଆଯାଉଅଛି
- ଖ. ଛେଳି ମଡକ, ଆନ୍ତ୍ରିକବିଶ ଜ୍ବର ଏବଂ ଛେଳି ବସନ୍ତ ରୋଗର ପ୍ରତିଷେଧକ ଟିକାକରଣ ମାଧ୍ୟମରେ ଛେଳି ଓ ମେଣ୍ଢାମାନଙ୍କୁ ରୋଗରୁ ସୁରକ୍ଷା ଦିଆଯାଉଅଛି
- ଗ. ଫାଟୁଆ ରୋଗର ସମୂହ ଟୀକାକରଣ କରାଯାଇ ଗୋରୁ, ମହିଷି, ଛେଳି ଓ ମେଣ୍ଢା ମାନଙ୍କୁ ଏହି ରୋଗରୁ ସୁରକ୍ଷା ଦିଆଯାଉଅଛି
- ଘ. ଗୃହପାଳିତ କୁକୁଡାମାନଙ୍କୁ ରାଣିଖେତ ରୋଗର ଟୀକାକରଣ କରାଯାଇ ଏହି ରୋଗରୁ କୁକୁଡା ମାନଙ୍କୁ ସୁରକ୍ଷା ଦିଆଯାଉଅଛି
- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା :
- ଗୋ ଚାଷୀମାନଙ୍କୁ ଖଣିଜ ଲବଣ ଗୁଣ୍ଡ ଯୋଗଇ ଦିଆଯାଇ ଗାଇ ଏବଂ ମହିଷି ମାନଙ୍କର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ବିଭାଗ ତରଫରୁ ସହାୟତା ଦିଆଯାଉଅଛି
- ଖଣିଜ ଲବଣ ଗୁଣ୍ଡ କି.ଗ୍ରା ପ୍ରତି ୨୪ ଟଙ୍କା ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି
- ବାଛୁରୀ ପାଳନ ଯୋଜନା : ଏହି ଯୋଜନା ମାଧ୍ୟମରେ ୪ ରୁ ୬ ମାସର କୁତ୍ରିମ ପ୍ରଜନନ ଦ୍ବାରା ଜନ୍ମ ହୋଇଥିବା ବାଛୁରୀ ମାନଙ୍କର ବୀମାକରଣ କରାଯାଉଅଛି ଏବଂ ସେହି ବାଛୁରୀ ମାନଙ୍କୁ ଅଧା ମୂଲ୍ୟରେ ଓମଫେଡ୍ ମାଧ୍ୟମରେ ଗୋଖାଦ୍ୟ ଯୋଗାଇ ଦିଆଯାଉଅଛି ।
- ଜାତୀୟ ପ୍ରାଣୀଧନ ମିଶନ ଯୋଜନା :
- ଗୋରୁ, ମହିଷି, ଛେଳି ଏବଂ ମେଣ୍ଡାମାନଙ୍କର ବୀମାକରଣ କରାଯାଇ ଚାଷୀମାନଙ୍କ ପ୍ରାଣୀଧନର ମୂଲ୍ୟକୁ ସୁରକ୍ଷା ଦିଆଯାଉଛି ।
- ଏହି ଯୋଜନା ମାଧ୍ୟମରେ ଗୋ ଚାଷୀମାନଙ୍କୁ ଘାଷ ଚାଷ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଅଛି. ଅଧା ଏକର ଜମିରେ ସବୁଦିନିଆ ଘାଷ ଚାଷ କଲେ ସରକାରଙ୍କ ତରଫରୁ ୬୦୦୦/- ଟଙ୍କାର ସହାୟତା ଦିଆଯାଉଛି ।
- ହସ୍ତଚାଳିତ ଘାଷ ଏବଂ ନଡାକଟା ଯନ୍ତ୍ର ଶତକଢା ୪୦ ଭାଗ କମ୍ ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି ।
- ରାଜ୍ୟ ଯୋଜନା:
- ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ସାତଟି ବ୍ଲକ୍ ରେ ସାତଗୋଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି ।
- ଛେଳି ଓ ମେଣ୍ଢା ପାଳନ ପାଇଁ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଅଛି ।
- ମରୁଡି ଓ ରୋଗପୋକ ଦ୍ବାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଜୀବନ ଧାରଣ ପାଇଁ ସହାୟତା ଭିତ୍ତିରେ ବାଡି ଅଗଣାରେ କୁକୁଡା ପାଳନ ନିମନ୍ତେ ପ୍ରୋତ୍ସାହିତ କରାଯାଉଅଛି ।
- ମରୁଡି ଓ ରୋଗପୋକ ଦ୍ବାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଘାଷ ଚାଷ ନିମନ୍ତେ ସହାୟତା ପ୍ରଦାନ କରାଯାଉଅଛି. ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ଅଧ ଏକର ଜମିରେ ସବୁଦିନିଆ ଘାଷ ଚାଷ କଲେ ୬୦୦୦/- ଟଙ୍କାର ସହାୟତା ଯୋଗାଇ ଦିଆଯାଉଅଛି ।
କ୍ର.ନଂ. | ପଦବୀର ନାମ | ପଦବୀରେ ଥିବା ବ୍ୟକ୍ତିଙ୍କ ନାମ | ସ୍ଥାନ | ମୋବାଇଲ୍ ନଂ. |
---|---|---|---|---|
୧ | ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ଏଲ୍. ପି) | ଡଃ. ବିଷ୍ଣୁ ଚରଣ ସାହୁ | ପାରଳାଖେମୁଣ୍ଡି | ୯୪୩୭୧୨୮୬୨୧ |
୨ | ଉପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ | ଡଃ. ଦୀନବନ୍ଧୁ ମିଶ୍ର | ପାରଳାଖେମୁଣ୍ଡି | ୯୪୩୭୪୧୯୨୧୦ |
୩ | ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ଗଣେଶ ଚନ୍ଦ୍ର ମହାନ୍ତି | ପ୍ରାଣୀ ଚିକିତ୍ସାଳୟ, ଗୁରାଣ୍ଡି | ୯୪୩୭୬୧୧୧୩୯ |
୪ | ପ୍ରାଣୀଧନ ସହାୟକ କେନ୍ଦ୍ର | ଶ୍ରୀ ଏ. ଶଙ୍ଗର ରାଓ | ପାରଳାଖେମୁଣ୍ଡି | ୯୪୩୭୬୫୯୧୨୧ |
୫ | ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ଅଭିଜିତ୍ ମିଶ୍ରୀ | କାଶୀନଗର | ୯୪୩୭୨୮୪୧୪୩ |
୬ | ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ପ୍ରଶାନ୍ତ କୁମାର ସାମଲ | ରାୟଗଡା | ୮୪୫୫୦୯୬୩୪୯ |
୭ | ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ବି. ଉଦୟ କୁମାର | ନୂଆଗଡ | ୯୪୩୯୦୩୯୫୪୦ |
୮ | ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ସ୍ମୃତି ରଞ୍ଜନ ରାଉତ | ନୂଆଗଡ | ୯୯୩୭୯୯୮୦୮୭ |
୯ | ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ଗୌରୀଶଙ୍କର ପ୍ରସାଦ ସତପଥୀ | ଆର୍. ଉଦୟଗିରି | ୯୪୩୭୨୦୯୧୪୮ |
୧୦ | ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ | ଡଃ. ବିରେନ୍ଦ୍ର ପଣ୍ଡା | ମୋହନା | ୯୪୩୯୪୧୯୫୬୫ |
୧୧ | ଉପସହାୟକ ତୃଣଉନ୍ନୟନ ଅଧିକାରୀ | ଶ୍ରୀ. ଗୋଳକ ବିହାରୀ ଭୋଇ | ପାରଳାଖେମୁଣ୍ଡି | ୮୭୬୩୭୭୫୪୪୧ |
୧୨ | କନିଷ୍ଠ ତୃଣ ଉନ୍ନୟନ ଅଧିକାରୀ | ଶ୍ରୀ ଏସ୍. ବାସୁଦେବ ରା | ପାରଳାଖେମୁଣ୍ଡି | ୯୪୩୭୨୧୫୪୯୫ |