ବନ୍ଦ କରନ୍ତୁ

ଶିକ୍ଷା

ଗଜପତି ଶିକ୍ଷା ଜିଲ୍ଲାର ସକ୍ଷୀପ୍ତ ବିବରଣୀ

ଗଜପତି ଜିଲ୍ଲାର ଶିକ୍ଷାର ବିକାଶ ନିମନ୍ତେ ଜିଲ୍ଲାରେ ସ୍ଵତନ୍ତ୍ରଭାବେ ସରକାରଙ୍କର ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ ରାଜଦାଣ୍ଡ ପାରଳାଖେମୁଣ୍ଡି ଠାରେ ତ ୧୨.୦୭.୨୦୧୨ ମସିହାରେ ମାନ୍ୟବର ବ୍ରହ୍ମପୁର ଲୋକ ସଭା ସାଂସଦ ଶ୍ରୀ ଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଓ ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ କେ॰ ନାରାୟଣ ରାଓ ଙ୍କ ଉପସ୍ତିତିରେ ଶୁଭ ଉଦଘାଟିତ ହୋଇଥିଲା ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ରହ୍ମପୁର ଶ୍ରୀ ଯୁକ୍ତ ସଦାନନ୍ଦ ପରିଛା ମହାଶୟ ଉକ୍ତ ଜିଲ୍ଲାର ଅତିରିକ୍ତ ଦାୟୀତ୍ଵ ବହନକରି କାର୍ଯ୍ୟସମ୍ପାଦକ କରିଥିଲେ । ତତ ପରେ ସରକାରଙ୍କ ଦ୍ଵାରା ସ୍ଥାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ରୂପେ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ମହାଶୟ କାର୍ଯ୍ୟ ଭାର ବହନ କରିଥିଲେ ଏବଂ ଅଧୁନ ଶ୍ରୀ ଯୁକ୍ତ ସଂଜୀବ କୁମାର ସିଂ ଜିଲ୍ଲା ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ଅଛନ୍ତି ।
ଉକ୍ତ ଶିକ୍ଷା ଜିଲ୍ଲାର ଉତ୍ତମ କାର୍ଯ୍ୟ।ଳୟ ପରିଦର୍ଶନ ଓ ଶୈକ୍ଷିକ ଉନ୍ନତି ନିମନ୍ତେ ୭ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ ପଞ୍ଚାୟତ ସମିତି ସଦର ମହାକୁମାରେ ଚାଲୁଅଛି / ଏଥି ମଧ୍ୟରୁ ୫ଜଣ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ଥାୟୀ ରୂପେ ଏବଂ ଦୁଇ ଜଣ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ଵ ବହନ କରିଛନ୍ତି ।
ପ୍ରତ୍ୟକ ଗୋଷ୍ଠୀ ଶିକ୍ଷାଧିକାରୀମାନଙ୍କୁ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ୩ ଜଣ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୋଜିତ ହୋଇଛନ୍ତି ଏବଂ ପ୍ରତ୍ୟକ ପଞ୍ଚାୟତର ବିଦ୍ୟାଳୟଗୁଡିକୁ ତଦାରଖ ଓ ଶୈକ୍ଷିକ ଉନ୍ନତି ନିମନ୍ତେ ଆଞ୍ଚଳିକ କେନ୍ଦ୍ର ସମ୍ବଳ ସଞ୍ଜୋଯୋକ ମାନଙ୍କୁ ନିଯୋଜନ କରାଯାଇ କାର୍ଯ୍ୟ ସମ୍ପାଦନ କରାଯାଉଛି ।
ଉକ୍ତ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ସର୍ବ ଶିକ୍ଷା ଅଭିଯାନ ଓ ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଚାଲୁରହି, ବିଭିନ୍ନ ବିଦ୍ୟାଳୟରେ ଭିକ୍ତି ଭୂମିର ବିକାଶ ନିମନ୍ତେ ଅନୁଦାନ ଏବଂ ଶୈକ୍ଷିକ ଉନ୍ନତି ନିମନ୍ତେ ଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଥାତ ଉଜ୍ଜଳ, ଉତ୍କର୍ଷ ଓ ସାମର୍ଥ୍ୟ ନାମରେ ନିରନ୍ତର ତାଲିମ ପ୍ରଦାନ କରାଯାଉଛି । ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ପ୍ରଧାନ ଶିକ୍ଷକମାନଙ୍କୁ ନେତୃତ୍ଵ ତାଲିମ ପ୍ରଦାନ କରାଯାଉଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁପରିଚାଳନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ମାଧ୍ୟମିକ ବିଦ୍ୟାଳୟର ସୁପରିଚାଳନା ପାଇଁ ବିଦ୍ୟାଳୟ ପରିଚାଳନା ଓ ଉନ୍ନତି କମିଟି ଗଠିତ କାର୍ଯ୍ୟ କରି ଆସୁଅଛି । ସରକାରଙ୍କ ବିଭିନ୍ନ ଯୋଜନା ଓ ବୃତି ବିଷୟରେ ଛତ୍ର / ଛାତ୍ରୀ ମାନଙ୍କୁ ଅବଗତି କରାଇବାପାଇଁ, ଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ବୃଦ୍ଧି ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଠୀ କରିବାପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ମାସିକ ବୈଠକ ଆହୁତ କରି ସଚେୟତନ କରାଯାଉଛି ।

ଜିଲ୍ଲାର ବିଦ୍ୟାଳୟ ପରିସଂଖ୍ୟାଣ ନିମ୍ନରେ ପ୍ରଦାନ କରାଗଲା।

  1. ମୋଟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା – ୧୧୮୭
  2. ମୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା – ୧୬୫
    • କମ୍ପୁଟର ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟ ସଂଖ୍ୟା – ୪୨
    • ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟ ସଂଖ୍ୟା – ୦୭
    • ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ସଂଖ୍ୟା – ୦୮
    • ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅନ୍ତର୍ଭୁକ୍ତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୬୩
  3. ଓଡିଶା ଆଦର୍ଶ ବିଦ୍ୟାଳୟ ସଂଖ୍ୟା – ୦୭
  4. ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା – ୨୧୬୫
  5. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା – ୫୪୪
  6. ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ସଂଖ୍ୟା – ୮୨୦୦୦
  7. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀ ସଂଖ୍ୟା – ୧୫୦୦୦
  8. ୨୦୧୭-୧୮ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ – ୮୭.୧%
  9. ୨୦୧୭-୧୮ ଶିକ୍ଷା ବର୍ଷର ନବମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଇକଲ ବଣ୍ଟନ ୯୯%
  10. ଜିଲ୍ଲାର ବିଭିନ ବିଜ୍ଞାନ କାର୍ଯ୍ୟକ୍ରମ – ବିଜ୍ଞାନ ମେଳ। , ବିଜ୍ଞାନ କୁଇଜ, ବିଜ୍ଞାନ ନାଟକ, ପିଲାଙ୍କ ଜାତୀୟ ବିଜ୍ଞାନ କଂଙ୍ଗ୍ରେସ, ବିଜ୍ଞାନ ଆଲୋଚନା ଚକ୍ର, ଯୁବ ସଂସଦ ପ୍ରତିଯୋଗୀତା, ରୋଲ ପ୍ଲେ ପ୍ରତିଯୋଗୀତା

ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସର୍ବ ଶିକ୍ଷା ଅଭିଯାନ, ଗଜପତି

ସର୍ବ ଶିକ୍ଷା ଅଭିଯାନ, ହେଉଛି ଭାରତ ସରକାରଙ୍କ ସର୍ବତ୍କୃଷ୍ଠ କାର୍ଯ୍ୟକ୍ରମ। ଏହାର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷାକୁ ସାର୍ବଜନୀନ କରଣ କରିବା । ୨୦୦୧ ମସିହାରେ ପ୍ରଥମେ ଓଡିଶାରେ ସର୍ବ ଶିକ୍ଷା ଅଭିଯାନ ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଛି ଏହା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ । ଭାରତର ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବା ସେମାନଙ୍କର ମୌଳିକ ଅଧିକାର ଅଟେ । ଏହା ସମ୍ବିଧାନର ୮୬ତମ ସଂଶୋଧନ ଅନୁଯାୟୀ ନିର୍ଦ୍ଦେଶିତ । ଏହା ଭାରତୀୟ ସମ୍ବିଧାନର ମୌଳିକ ଧାରା ୨୧ (କ)ରେ ଉଦ୍ଧିଷ୍ଟ ଏବଂ ଶିକ୍ଷା ଅଧିକାର ଆଇନ ୨୦୦୯ ଭାବେ କାର୍ଯ୍ୟକାରୀ ହୋଇଅଛି । ଓଡିଶାରେ ଏହା ୧ ଅପ୍ରେଲ ୨୦୧୦ ଠାରୁ କାର୍ଯ୍ୟକାରୀ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା

  1. ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଘର ପାଖ ବିଦ୍ୟାଳୟରେ (ପ୍ରାଥମିକ – ୧ କିମି, ଉଚ୍ଚ ପ୍ରାଥମିକ-୩ କିମି ଦୂରତା ଥାଇ ) ନାମ ଲେଖାଇଥିବେ।
  2. କୌଣସି କାରଣରୁ ଜନ୍ମ ପ୍ରମାଣପତ୍ର ବ ବଦଳି ପ୍ରମାଣ ପତ୍ର ଅଭାବରେ କିମ୍ବା ବିଳମ୍ବରେ ପ୍ରବେଶ ଜନିତ କାରଣରୁ ବିଦ୍ୟାଳୟରେ ସେମାନଙ୍କୁ ନାମଲେଖରୁ ବଞ୍ଚିତ କରାଯାଇପାରିବ ନାହିଁ ।
  3. ବିଦ୍ୟାଳୟ ବାହାରେ ଥିବା ଶିଶୁମାନଙ୍କୁ ସେମାନଙ୍କର ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାହେବ ।
  4. ଦିବ୍ୟଙ୍ଗ ଶିଶୁମାନଙ୍କ ପାଇଁ ନିରାପଦ ତଥା ଉପଯୁକ୍ତ ଯାତାୟାତ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି ।
  5. ୨୦୦୭ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ଏବଂ ୨୦୧୦ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ସ୍ତରରେ ସମସ୍ତ ଲିଙ୍ଗ ଭିର୍ତ୍ତିକ ଓ ସାମାଜିକ ଭେଦ ଭାବ ଦୂର କରିବା ।
  6. ପିଲାମାନଙ୍କୁ ବିଦ୍ୟାଳୟରେ କୌଣସି ପ୍ରକାର ଶାରୀରିକ ଦଣ୍ଡ, ମାନସିକ ନିର୍ଯାତନା ଦିଆଯିବ ନାହିଁ ଏବଂ ସେମାନଙ୍କ ମଧ୍ୟରେ ବଛା ବିଚାର ନିଷେଧ କରାଯିବ ।
  7. ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପ ତଦାରଖ, ପରିଚାଳନା ତଥା ବିଦ୍ୟାଳୟର ଉନ୍ନତି ନିମନ୍ତେ ଯୋଜନା କରିବା ପାଇଁ ମୁଖ୍ୟତଃ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବ ଏବଂ ପ୍ରତି ମାସର ପୁର୍ଣିମା ଦିନ ବୈଠକ ଅନୁଷ୍ଠିତ ହେବ ।
  8. କୌଣସି ପିଲାକୁ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ କୌଣସି ଚୟନ ପ୍ରକ୍ରିୟା ଓ ମୁଣ୍ଡପିଛା ଦେୟ ଦେବାକୁ ପଡିବ ନାହିଁ ।
  9. ବେସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀ ବ ତାଠାରୁ ତଳ ଶ୍ରେଣୀ (ପ୍ରବେଶ ସ୍ତର ) ରେ ସେହି ଶ୍ରେଣୀ କ୍ଷମତାର ସର୍ବନିମ୍ନ ୨୫ % ସ୍ଥାନ ଆର୍ଥିକ ଓ ସାମାଜିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବା ।
  10. ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅଣ-ଶିକ୍ଷା କାର୍ଯ୍ୟକ୍ରମ (ଜନଗଣନା, ପ୍ରାକୃତିକ ବିପର୍ଯ୍ୟୟ/ ଦୁର୍ବିପାକ ପରିଚାଳନା କାର୍ଯ୍ୟ ତଥା ନିର୍ବାଚନ ପ୍ରକ୍ରିୟା ବ୍ୟତୀତ) ରେ ଭାଗ ନିଷେଧ ।
  11. ଶିକ୍ଷା ଅଧିକାର ଉଲଂଘନ ସଙ୍କ୍ରାତୀୟ ଅଭିଯୋଗ ସ୍ଥାନୀୟ କର୍ତ୍ତୃପକ୍ଷ, ଶିଶୁ ଅଧିକାର ସୁରକ୍ଷା ଆୟୋଗ କିମ୍ବା School Student Helpline (୧୮୦୦୩୪୫୬୭୨୨) ମାଧ୍ୟମରେ ଜଣାଇପାରିବେ ।

ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପଦ ଧାରଣ ଫଳକ(PDF, ୨୫୭ କେ.ବି.)

ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ନାମ(PDF, ୨୯୨ କେ.ବି.)

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନାମ(PDF, ୧୫୯ କେ.ବି.)

ଗୋଷ୍ଠୀ ସମ୍ବଳ ଅଧିକାରୀ (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ)ଙ୍କ ନାମ(PDF, ୨୪୩ କେ.ବି.)

ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ନାମ(PDF, ୩୧୨ କେ.ବି.)

କାର୍ଯ୍ୟ।ଳୟର ସର୍ବୋଚ୍ଚ ଅଧିକାରୀ: ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବ ଶିକ୍ଷା ଅଭିଯାନ, ଗଜପତି।

କାର୍ଯ୍ୟ।ଳୟର ଦୂରଭାଷ ସଂଖ୍ୟା: (ଦୂ . ଭା ସଂଖ୍ୟା) ୦୬୮୧୫-୨୨୨୬୪୬

ଲୋକ ସୂଚନା ଅଧିକାରୀ (ପି.ଆଈ.ଓ.): ଶ୍ରୀ ଗାନାଗାଲା ଲିଙ୍ଗରାଜ ; (ଯୋଗାଯୋଗ: ୮୮୯୫୩୭୯୨୫୫)

କାର୍ଯ୍ୟ।ଳୟ ଠିକଣା: ସର୍ବ ଶିକ୍ଷା ଅଭିଯାନ, ଗଜପତି, ପାରଳାଖେମୁଣ୍ଡି, ଓଡିଶା

(ଦୂ . ଭା ସଂଖ୍ୟା) ୦୬୮୧୫-୨୨୨୬୪୬

(ଇମେଲ୍‍: dpcgajapatissa[dot]opepa[at]nic[dot]in)

ଅଭିଯୋଗ ସୁଧାର ଏବଂ ବିଦ୍ୟାଳୟ ଛାତ୍ର/ଛାତ୍ରୀ ସାହାଯ୍ୟ କକ୍ଷ

ରାଜ୍ୟ ସ୍ତରୀୟ ଅଭିଯୋଗ ସୁଧାର କକ୍ଷ ଓ ଏହାର ନିଶୁଳ୍କ ସାହାର୍ଯ୍ୟ ସଂଖ୍ୟା ହେଉଛି ୧୮୦୦୩୪୫୬୭୨୨। ଏହା ହେଉଛି ବିଦ୍ୟାଳୟ, ଛାତ୍ର/ଛାତ୍ରୀ ଏବଂ ଶିକ୍ଷା ଅଭିଯୋଗ ସୁଧାର ସମ୍ବନ୍ଧୀୟ । ଏହି କକ୍ଷ ଛାତ୍ର/ଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କର ଅଭିଯୋଗ ଶୁଣିବା, ଅନୁସନ୍ଧାନ କରିବା, ଯାଞ୍ଚ କରିବା ଏବଂ ସେହି ସମସ୍ୟା ଗୁଡିକର ସମାଧାନ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥାଏ । ସମସ୍ତ ଛାତ୍ର/ଛାତ୍ରୀ, ଅଭିଭାବକଙ୍କ ସୁବିଧା ଉପଲବ୍ଧ ସକାଶେ ପ୍ରତ୍ୟେକ ବିଦ୍ୟାଳୟ କାନ୍ଥରେ ଉକ୍ତ ସଂଖ୍ୟାଟି ପ୍ରଦର୍ଶିତ କରିବା ଆବଶ୍ୟକ। ପ୍ରତ୍ୟେକ ସୋମବାର ହେଉଛି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଭିଯୋଗ ଶୁଣାଣି ଦିନ ।
ମୁଖ୍ୟ କାର୍ଯ୍ୟ।ଳୟର ଠିକଣା :
ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ, ଗଜପତି
ଗଜପତି, ଓଡିଶା-୭୬୧୨୦୦