ସଂସ୍କୃତି ଏବଂ ଐତିହ୍ୟ

ଗଜପତି ଜିଲ୍ଲ।ର କଳା ଓ ସସ୍କୃତି

ଶଉରା ସଂପ୍ରଦାୟ

ଆଦିମ ଜାତି ଶଉର

ଗଜପତି ଜିଲ୍ଲ।ରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଏହି ଆଦିବାସୀ ମାନଙ୍କ ମଧ୍ୟରେ ଶଉରା ସଂପ୍ରଦାୟର ଆଦିବାସୀ ମାନେ ସର୍ବାଧିକ ଅଟନ୍ତି । ଏବଂ ଏହି ଶଉରା ଆଦିବାସୀ ମାନଙ୍କ ମଧ୍ୟ ରେ ଲାଞ୍ଜିଆ ଶଉରା ଆଦିବସୀ ମାନେ ଗଜପତି ଜିଲ୍ଲ। ତଥା ସମସ୍ତ ଭାରତର ସର୍ବ ପୁରାତନ ଆଦିବାସୀ ଅଟନ୍ତି ସେମାନଙ୍କ ବିଭିନ୍ନ ନାମରେ ଡକାଯାଏ ଯଥା ଶଭରସ, ଶବରସ, ଶଉରା, ସୋରା ଇତ୍ୟାଦି କିନ୍ତୁ ଏଠାରେ ଶଉରା ଅର୍ଥ ସ୍ଵତନ୍ତ୍ର ଯାହା ସେମାନଙ୍କୁ ଭାଷା ଗତ ଭିତରେ ନିବିଡ କରାଯାଇଥାଏ । ସେମାନେ ବିସ୍ତାର ରୂପେ ପଶ୍ଚିମରେ ବୁନ୍ଦଲଖଣ୍ଡ ଠାରୁ ପୁର୍ବରେ ଓଡିଶା ପର୍ଯ୍ୟନ୍ତ ବସବାସ କରନ୍ତି । ସେମାନେ ବହୁଳ ଭାବରେ ଓଡିଶାର ପୂର୍ବଙ୍ଗରେ ଥିବା ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ରା ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ବସବାସ କରନ୍ତି । ଶଉରା ମାନେ ପ୍ରୋଟୋ ଅଷ୍ଟରାଇଡ ଆଦିବାସୀ ମାନଙ୍କ ସହିତ ଶାରୀରିକ ସାମଞ୍ଜସ ଅଛି । ଯେଉଁ ମାନେ କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତୀୟ ଜନଜାତି ମଧ୍ୟରେ ପ୍ରଭାବ ଶାଳି ଥିଲେ ସେମାନଙ୍କ ଭାଷା କୋଲରିଆନ ଶବ୍ଦ ଗୁଡିକ ମାଳୟନ ଏବଂ ନିକୋବର ଦ୍ଵିପ ପୁଞ୍ଜରେ ବସବାସ କରୁଥିବା ଜଙ୍ଗଲିଆ/ ବଣୁଆ ଆଦିବାସୀ ମାନଙ୍କ ଭାଷା ସହିତ ସମଞ୍ଜସ ରହିଛି । ଶଉରା ମାନଙ୍କ ଭାଷାଗତ ସାମଞ୍ଜସ ଦକ୍ଷିଣ ପୂର୍ବ ଆଦିବାସୀ ମାନଙ୍କ ରହିଥିବାର ଏହା ଅନୁମାନ କରାଯାଏ ଯେ ସେମାନେ ଭାରତୀୟ ଦ୍ଵିପ ପୁଞ୍ଜ ଏବଂ ମଳାୟନ ଦ୍ଵୀପ ର ବାସିନ୍ଦା ବୋଲି ଅନୁମାନ କରାଯାଏ ଯେ ସେମାନେ ଭାରତୀୟ ଦ୍ଵୀପପୁଞ୍ଜ ଏବଂ ମଳୟନ ଦ୍ଵୀପର ବାସିନ୍ଦା ବୋଲି ଅନୁମାନ କରାଯାଏ । କିନ୍ତୁ ବର୍ତମାନ ଏହା ପ୍ରମାଣ ହୋଇଛି ଭାରତର ଏହି ଅଞ୍ଚଳରେ କୋଲ।ନ ଭାଷା କହୁଥିବା ଆଦିବାସୀ ମାନେ ରହୁଥିଲେ ଏବଂ ସେମାନେ ଦକ୍ଷିଣ ପୂର୍ବ ଅଞ୍ଚଳ ଗୁଡିକ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ । ସଉରା ଶଦ୍ଦଟି ଦୁଇଟି ଅର୍ଥରୁ ବୁଝାଯାଏ । ପ୍ରଥମଟି ହେଲା ସାଗେରିସ ଯାହାର ସ୍କିଥିଆନ ଅର୍ଥ ହେଲା ଟାଙ୍ଗିଆ ଅନ୍ୟଟି ହେଲା ଶବାରୋଏ ଯାହାର ସଂସ୍କୃତି ଶଦ୍ଦରେ ଶବ ବୋହିବା ବାଳକ । ଏହି ଦୁଇ ପ୍ରକାରର ଶଉରା ଆଦିବାସୀ ନିଜକୁ ସୁସ୍ଥ ରଖିଥାନ୍ତି ଏବଂ ଆଦିମ କାଳରୁ ଶିକାର କରିବା ପାଇଁ ଜଙ୍ଗଲକୁ କନ୍ଧରେ ସର୍ବଦା ଟାଙ୍ଗିଆ ନେଇ ଯାଇଥାନ୍ତି । ପୂରଣ ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛିଯେ, ଏମାନେ ହିନ୍ଦୁ ଧର୍ମର ଭଗବାନ ରାମ ଏବଂ ଜଗନ୍ନାଥଙ୍କ ପଥକୁ ଗଭୀରଭାବେ ଅନୁକରଣ କରୁଥିଲେ । ପ୍ରସିଦ୍ଧ ରାଜା ବିଶ୍ଵବାସୀ ଜିଆ କି ସଉରା ମାନଙ୍କ ରାଜା ଥିଲେ ସେ ଜଗନ୍ନାଥଙ୍କୁ ଭଗବାନ ବିଷ୍ନୁଙ୍କ ଅବତାର ରୂପେ ପୂଜା କରୁଥିଲେ । ଯାହା ସୂଚାଉଥିଲାଯେ ସଉରାମାନେ ବୈଷ୍ଥବ ଧର୍ମରେ ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ । ଅନ୍ୟ ଆଦିବାସୀଙ୍କପରି ସଉରା ସଂପ୍ରଦାୟର ଲୋକମାନେ ଦୀର୍ଘଦିନରୁ ଭ।ରତ ବର୍ଷରେ ରହିଆସୁଛନ୍ତି ଏବଂ ଭାରତର ବିଭିନ୍ନ ସ୍ଥାନରେ ମୁଖ୍ୟତଃ ନଦୀ କୁଳବରତି ସମତଳ ଅଞ୍ଚଳ ମାନଙ୍କରେ କିମ୍ବା ଚ।ଷପୋଯୋଗୀ ଅଞ୍ଚଳରେ ସ୍ଥାୟୀ ଭାବେ ବାସକରିଆସୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଖାଦ୍ୟ ସଂଗ୍ରହ କରି ତାଙ୍କର ଜୀବିକା ନିର୍ବାହ କରୁଥିବାବେଳେ ଆଉକିଛିଲୋକ ଖାଦ୍ୟ ପ୍ରସ୍ତୁତ କରି ତାଙ୍କର ଜୀବିକା ନିର୍ବାହ କରୁଥିଲେ । ସର୍ବ ଶେଷରେ ଏହା କୁହାଯାଇପାରେ ଯେ ସେମାନେ ଆଦିମ ଜଙ୍ଗଲେ ବସବାସ କରୁଥିବା ଅନୁନତ ଜନଜାତି ଅଟନ୍ତି ।

ପାହାଡିଆ ଶଉରା

ଶଉରା ଜୀବିକା ନିର୍ବାହ

ଅର୍ଥନୈତିକ ସଂଗଠନ

ଅର୍ଥନୈତିକ ଦୃଷଠି କୋଣରୁ ସଉରାମାନେ ୨ ଭାଗରେ ବିଭକ୍ତ ଅଟନ୍ତି ପ୍ରଥମ ପ୍ରକାରର ସଉରାମାନେ ସମତଳ ଅଞ୍ଚଳରେ ଜମି ଚାଷକରି, ମଜୁରି ଲାଗି ଏବଂ ଜଳ କଥା ବିକ୍ରିକରି ତାଙ୍କର ଜୀବିକା ନିର୍ବାହ କରୁଥିଲେ । ଦ୍ଵିତୀୟ ପ୍ରକାରର ସଉରାମାନେ ଭିନ୍ନ ଭିନ୍ନ ପ୍ରକାରର ଚାଷ କରୁଥିଲେ, ସେମାନେ ପହଡର ଉପର ଭାଗରୁ ନିମ୍ନ ଭାଗ ପର୍ଯନ୍ତ ସମତଳ କରି ଚାଷ କରି ଜୀବିକା ନିର୍ବାହ କରୁଥିଲେ । ଅଧିକାଂଶ କ୍ଷେତ୍ରରେ ଏହା ଦେଖିବାକୁ ମିଳେ ଯେ, ସଉରାମାନେ ଅନ୍ୟ ଅଣଜାତିର ଲୋକମାନକ ନିକଟରେ ମୁଣ୍ଡ ନୁଆଉଥିଲେ । ଏମାନେ ଅନଜନଜାତିର ଲୋକମାନଙ୍କ ବିବାହଘର, ଜମିଚାଷ, ଗଛ ଲଗେଇବା ସମୟରେ କାମକୁ ସୁଚାରୁରୂପେ କରୁଥିଲେ । ଏହି ମଜୁରି ଲାଗିବା କାମରେ ପୁରୁଷ ଲୋକ ମାନେ ମୁଖତଃ ସକ୍ରିୟଭାବେ କାମ କରି ସେମାନଙ୍କ ପରିପାରିକ ଗୁଜ।ରଣ ମେଣ୍ଟ।ଉଥିଲେ ।

ଗ୍ରାମ

ସଉରା ଗ୍ରାମ ମୁଖତଃ ବଂଶାନୁକ୍ରମିକ ଅଟେ । ପ୍ରତି ଗ୍ରାମରେ ଦୁଇ ଧାଡି ଦୀର୍ଘ ଅଣ ଓସାରିଆ ରାସ୍ତା ଯାହାର ପାର୍ଶ୍ଵରେ ଗୃହମାନ ଦଣ୍ଡାୟମାନ ଅଛି । ଗୃହ ଗୁଡିକ ରାସ୍ତାର ଦୁଇ ପାର୍ଶ୍ଵରେ ସଂଲଗ୍ନ ହୋଇଅଛି ଯାହାକି ଜଣେ ବ୍ୟକ୍ତି ନିଜ ଗୃହର ବରଣ୍ଡ।ରୁ ପଡୋଶୀଙ୍କ ଗୃହର ଶେଷ ଭାଗକୁ ସହଜରେ ଦେଖାଯାଇପାରିବ । ପାହାଡ ଅଞ୍ଚଳରେ ରହୁଥିବା ସାଉର ମାନଙ୍କର ଗ୍ରାମ ଗୁଡିକ ନିରବିଚ୍ଛ୍ନନ ସ୍ଥାନରେ ଅବସ୍ଥିତ ଅଧିକାଂଶ ସୌରମାନେ ଘଞ୍ଚ ଜଙ୍ଗଲରେ ବସବାସ କରନ୍ତି ଓ ସେମାନଙ୍କ ପାଖକୁ ବଙ୍କା ତାଙ୍କ ରାସ୍ତା ଦେଇ ଯିବାକୁ ପଡେ । ସେମାନେ ଜଜବରଙ୍କା ପରି ବସବାସ କରୁନଥିଲେ ବଂର ଗୋଟିଆ ସ୍ଥାନରେ ବସବାସ କରୁଥିଲେ । ସାଉର ଗ୍ରାମ ଗୁଡିକ ମୁଖତଃ ପାହାଡ ଉପରେ ଥାଏ ଏବଂ ଜଙ୍ଗଲ ଜମିୟାରେ ସେମାନେ ବିଭିନ୍ନ ପ୍ରକାରେ ଚାଷ କରିଥାନ୍ତି।

ଶିକାର ବ୍ୟବସ୍ଥା

ସୌରମାନେ ମୁଖତଃ ଶିକାର କରିବା, ମାଛ ଧରିବା ଏବଂ ନିଜକୁ ସୁରକ୍ଷ। ପାଇଁ ଧନୁଶର ବ୍ୟବହାର କରୁଥିଲେ । ଧନୁର ବାଣଟି ସଲପ ଗଛର ଲତରୁ ତିଆରି ହୋଇଥାଏ । ମାଛ ଧରିବା ପାଇଁ ମୁଖତଃ ସଉରାମାନେ ସେମାନଙ୍କ ଧନୁତୀର ସାଙ୍ଗରେ ନେଇଥାନ୍ତି ଯାହାକି ତୀକ୍ଷ୍ଶ୍ନ ନଜର ଏବଂ ଗଭୀର ନିଷ୍ଠ। ଦ୍ଵାରା ସମ୍ଭବ ହୋଇଥାଏ ।

ପ୍ରାକୃତିକ ପୃଷ୍ଠଭୂମି ଏବଂ ବାସ ଭବନର ପ୍ରକାର

ପାହାଡିଆ ସଉରାମାନେ ସାଧାରଣତଃ ପହଡର ଉପରି ଭାଗ,ମଧ୍ୟ ଭାଗରେ ଛୋଟ ଛୋଟ କୁଡିଆ କରି ବସବାସ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ମଧ୍ୟ କିଛି ଆଦିବାସୀମାନେ ପହଡର ପଦ ଦେଶକୁ ଲାଗିଥିବା ସମତଳ ଅଞ୍ଚଳରେ ବସବାସ କରନ୍ତି । ସମତଳ ଅଞ୍ଚଳରେ ରହୁଥିବା ସଉରା ଘର ଗୁଡିକ ସାଧରଣତଃ ଆୟତକର ବିଶିଷ୍ଠ ଯାହାର ମୁଖ୍ୟତଃ ୩ ଗୋଟି ଭାଗରେ ବିଭକ୍ତ , ପ୍ରଥମ ଭାଗରେ ସେମାନଙ୍କର ବରଣ୍ଡ। , ଦ୍ଵିତୀୟ ଭାଗରେ ଗୃହର ପଛ ପାର୍ଶ୍ଵ ଏବଂ ତୃତୀୟ ଭଗତି ସେମାନଙ୍କର ରୋଷେଇଗୃହ ଏବଂ ଶୋଇବା ଗୃହ କୁକୁଡାଶାଳ ଗୁଡିକ ଶୋଇବା କକ୍ଷର ଗୋଟିଏ କୋଣରେ ଅଥବା ପଛପଟ ବାରଣ୍ଡାରେ ରଖାଯାଏ । ଘୁଷୁରିଶାଳ ଘରର ସମ୍ମୁଖ ବରଣ୍ଡରେ ରହିଥାଏ ।