ସମନ୍ନିତ ଆଦିବାସୀ ଉନୟନ ସଂସ୍ଥା

ସମନ୍ନିତ ଆଦିବାସୀ ଉନୟନ ସଂସ୍ଥା, ପାରଳାଖେମୁଣ୍ଡି, ଗଜପତି

ଐତିହାସିକ ପୃଷ୍ଟଭୂମି

ଆଦିବାସୀ ଅଧିସୂଚିତ ଅଞ୍ଚଳ ଗୁଡିକ କେତେକ ସ୍ଵତନ୍ତ୍ର ନିୟମ ଯେପରିକି “ ଗଞ୍ଜାମ ଓ ଭାଇଜାଗ ପାଟନମ ନିୟମ ୧୯୩୯” ଦ୍ଵାରା ପରିଚାଳିତ ହୋଇଥିଲା ।ପରବର୍ତୀ ପର୍ଯ୍ୟାୟ ରେ ଏହି ଅଞ୍ଚଳ ଗୁଡିକ “ ଅନୁସୂଚିତ ଜିଲ୍ଲା “ ଭଏ ଘୋଷିତ ହୋଇ “ଅନୁସୂଚିତ ଜିଲ୍ଲା ନିୟମ ୧୮୭୪ “ ଅନୁସାରେ ପରିଚାଳିତ ହୋଇଥିଲା । ତାହାପରେ ବିଭିନ୍ନ ବାଦ ର ମାନଦଣ୍ଡ କୁ ନେଇ ଭାରତ ସରକାର ନିୟମ ୧୯୧୯ ଅନୁସାରେ ଏହି ଅଞ୍ଚଳ “ସମ୍ପୂର୍ଣ ରିକ୍ତ ଅଞ୍ଚଳ” ଓ ପରିବର୍ତ୍ତିତ ରିକ୍ତ ଅଞ୍ଚଳ ରେ ପରି ଘୋଷିତ ହୋଇଥିଲା ଏବଂ ଏହା “ ଭରତ ସରକାର ୧୯୩୫” ଅନୁସାରେ “ରିକ୍ତ ଅଞ୍ଚଳ” ଓ ଆଂଶିକ ରିକ୍ତ ଅଞ୍ଚଳ ରେ ବଦଳିଥିଲା । ଓଡିଶା ର ଆଦିବାସୀ ଅଞ୍ଚଳ ଗୁଡିକୁ “ଆଂଶିକ ରିକ୍ତ” ଭାବେ ଘୋଷିତ କରାଗଲା ।
ସ୍ଵାଧୀନତା ର ପରବର୍ତୀ ସମୟ ରେ ଜଣ ମଙ୍ଗଲ ରାଷ୍ଟ୍ର ଆଭିମୁଖ୍ୟ ରେ ସରକାରଙ୍କ ଉପରେ ଅନୁସୂଚିତ ଜନଜାତିଙ୍କ ଉନ୍ନତି ଏବଂ ସଂରକ୍ଷଣ ଗୁରୁ ଦାଇତ୍ଵ ନ୍ୟସ୍ତ କରାଗଲା। ପ୍ରଥମ ପର୍ଯ୍ୟାୟ ରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ମାଧ୍ୟମ ରେ ଆଦିବାସୀ ଜଣ ସଂଖ୍ୟା ର ଘନତ୍ଵ କୁ ଭିତ୍ତି କରି ବହୁମୂଖୀ ଆଦିବାସୀ ଉନ୍ନୟନ ବ୍ଲକ ଗଠନ କରି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମ ରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଲେ । ଆଦିବାସୀ ମାନଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟାରେ ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମକୁ ଚତୁର୍ଥ ପଞ୍ଚ ବାର୍ଷିକ ଯୋଜନା ପର୍ଯ୍ୟନ୍ତ ଚାଲୁ ରଖିଥିଲେ ।
ଆଦିବାସୀ ଉନ୍ନୟନ ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ପ୍ରାୟତଃ ଗୋଷ୍ଠୀ ଉନ୍ନୟନ ବ୍ଲକ ର କାର୍ଯ୍ୟକ୍ରମ ସହ ସମାନ ଥିଲା କିନ୍ତୁ ପରିସର ଉନ୍ନୟନ ବ୍ଲକ ମାନଙ୍କ ରେ ଦୁଈ ଗୁଣ ଅଧିକ ଥିଲା । ଯାହାଫଳ ରେ ଆଦିବାସୀ ଉନ୍ନୟନ ବ୍ଲକ ଓ ଅଣ ଆଦିବାସୀ ଉନ୍ନୟନ ବ୍ଲକ ମାନଙ୍କ ରେ ଯୋଜନା ର କାର୍ଯ୍ୟକାରିତା ରେ ଅନେକ ପ୍ରଭେଦ ପରିଲକ୍ଷିତ ହେଲା । ଏଣୁ ପଞ୍ଚମ ପଞ୍ଚବାର୍ଷିକ ଯୋଜନା ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ସମନ୍ନିତ ଆଦିବାସୀ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପରିକଳ୍ପନା କୁ ସ୍ଥାନିତ କରି ଅବିକଶିତ ତଥା ପଛୁଆ ଅଞ୍ଚଳ ରେ କାର୍ଯ୍ୟକାରି କରାଗଲା । ଯେଉଁ ସବୁ ବ୍ଲକ ଗୁଡିକ ରେ ଆଦିବାସୀ ସଂଖ୍ୟା ୫୦ ପ୍ରତିଶତ ରୁ ଅଧିକ ଥିଲା , ସେ ଗୁଡିକ ଆଦିବାସୀ ଉନ୍ନୟନ ଯୋଜନା ପାଇଁ ପ୍ରକୋଷ୍ଠ ମାନେ କରି ଆଦିବାସୀ ଉପଯୋଜନା ବ୍ଲକ ଭାବେ ନାମିତ କରାଯାଇ ସମନ୍ନିତ ଉନ୍ନୟନ ପ୍ରଚେଷ୍ଠା ରେ ଉନ୍ନୟନ ମୂଳକ କାର୍ଯ୍ୟ କୁ ଅଗ୍ରାଧିକାର ଦିଆ ଗଲା । ୧୯୭୮ ମସିହା ର ମଧ୍ୟବର୍ତୀ ଅବଧି ଯଜନ ରେ ଅଣ ଆଦିବାସୀ ଉନ୍ନୟନ ଯୋଜନା ଅଞ୍ଚଳ ରେ ଅନ୍ୟୁନ୍ୟ ଯେଉଁ ଠାରେ ୧୦୦୦୦ ଜନ ସଂଖ୍ୟା ଓ ଅନ୍ତତ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି ସେ ଗୁଡିକୁ “ପରିବର୍ତ୍ତୀତ ଅଞ୍ଚଳ ଉନ୍ନୟନ ପନ୍ଥା” ଭାବେ ଚିହ୍ନଟ କରାଗଲା । ସେହିପରି ଅନେକ କ୍ଷୁଦ୍ର ପ୍ରକଳ୍ପ ଜରିଆ ରେ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ଜନଜାତି ଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରାଗଲା ।
ପଞ୍ଚମ ଯୋଜନା ର ଦୁଇଟି ଉଦ୍ଧେଶ୍ୟ ଯଥା ଆଞ୍ଚଳିକ ଉନ୍ନତିଏବଂ ପ୍ରତ୍ୟେକ ଆଦିବାସୀ ଙ୍କ ଆର୍ଥିକ ସ୍ଵଚ୍ଛଳତା ଓ ଆତ୍ମନିର୍ଭରଶୀଳତା । ଏହି ଦୁଇଟି ଉଦ୍ଦ୍ୟେଶ୍ୟ କୁ ସନ୍ନିବେଶିତ କରି ଷଷ୍ଠ ଯୋଜନା ଅବଧି ଆଧାରିତ ସଂରଚନା ଓ ଅଧିକ କ୍ଷେତ୍ର ଯଥା କୃଷି, ଉଦ୍ୟାନ ଓ ପଶୁ ପାଳନ ର ବିକାଶ କୁ ଗୁରୁତ୍ଵ ଦେଇ ପରିବାର ଭିତ୍ତିକ ଆୟ ସୃଷ୍ଠୀକାରି ଯୋଜନା ମାଧ୍ୟମ ରେ ୫୦ ପ୍ରତିଶତ ଆଦିବାସୀ ପରିବାର କୁ ଦାରିଦ୍ର୍ୟ ସୀମାରେଖା ର ଉର୍ଦ୍ଧ କୁ ଆଣିବାର ଲକ୍ଷ ଧାର୍ଯ୍ୟ କରାଗଲା । ନିର୍ଦ୍ଧିଷ୍ଠ ସମୟ ରେ ଆଦିବାସୀ ଜନସଂଖ୍ୟାକୁ ସାଧାରଣ ଜନତାଙ୍କ ସମକ୍ଷ କରିବା ଉଦ୍ଧେଶ୍ୟ ରେ ଉପ –ଯୋଜନା ପଦ୍ଧତି ମାଧ୍ୟମ ରେ ଆଦିବାସୀ ଅଞ୍ଚଳ ରେ ଲୋକଙ୍କର ପରିମାଣାତ୍ମକ ସମ୍ବଳ ର ତ୍ୱରାନ୍ନିତ ବିକାଶ ପାଇଁ ଯୋଜନା ସମୂହ କାର୍ଯ୍ୟକାରୀ କରାଗଲା ।
ସମନ୍ନିତ ଆଦିବାସୀ ଉନ୍ନୟନ ଯୋଜନା ଗୁଦିକ୍କ ଓଡିଶାର ଅନ୍ୟ ଆଦିବାସୀ ଅଞ୍ଚଳରେ ୧୯୭୪-୭୫ ରେ କାର୍ଯ୍ୟକାରୀ କରଯାଇଥିଲା କିନ୍ତୁ ଆଦିବାସୀ ଉନ୍ନୟନ ସଂସ୍ଥା,ପାରଳାଖେମୁଣ୍ଡି ମାର୍ଚ୍ଚ ମାସ ୧୯୭୨ ଠାରୁ ବର୍ତମାନ ଗଜପତି ଜିଲ୍ଲା ର ସତଟି ବ୍ଲକ (ପାରଳାଖେମୁଣ୍ଡି ସବ-ଡିଭିଜନ)ଓ ବ୍ରହ୍ମପୁର ସବ-ଡିଭିଜନର (ବର୍ତମାନ ଗଞ୍ଜାମ ଜିଲ୍ଲାର) ତୁମ୍ବ ଅଞ୍ଚଳ ରେ ସଂସ୍ଥା କାର୍ଯ୍ୟକାରୀ ହୋଇଥିଲା । ବର୍ତମାନ ର ଆଦିବାସୀ ଉନ୍ନୟନ ସଂସ୍ଥା ଟି ଭରତ ସରକାର ଙ୍କ କୃଷି ମନ୍ତ୍ରାଳୟ ସହାୟତା ରେ ପ୍ରକଳ୍ପ ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ମାନଙ୍କ ବିକାଶ କୁ କେବଳ ତ୍ଵରାନ୍ନିତ ଓ ପ୍ରୋତ୍ସ।ହିତ କରିବା ପାଇଁ ଗଠନ କରଯାଇଥିଲା ।ଏହି ସଂସ୍ଥା ର କାର୍ଯ୍ୟ।ବଳି ଅତିରିକ୍ତ ଓ ଏହା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ ଯୋଗାଯାଉଥିବା ପାଣ୍ଠି ର ବ୍ୟତିକ୍ରମ ନୁହଁ କିମ୍ବା ରାଜ୍ୟ ସରକାର ଙ୍କ ପ୍ରକଳ୍ପ ଅଞ୍ଚଳ ରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ବିକଳ୍ପ ନୁହଁ । ଆଦିବାସୀ ଉନ୍ନୟନ ସଂସ୍ଥା ଅବଧି ରେ କାର୍ଯ୍ୟ କାରୀ ଯୋଜନା ଗୁଡିକ ମୁଖ୍ୟତଃ କୃଷି ଜଳସେଚନ ଓ ଗ୍ରାମାଞ୍ଚଳ ରେ ଯୋଗାଯୋଗ ସ୍ଥାପନ ଆଧାରିତ । ଯେହେତୁ ଏହି ଅଞ୍ଚଳ ରେ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟକାରୀ ହୋଇଆସୁଥିଲା , ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଂଗଠିତ ହୋଇନଥିଲା ।
ଭାରତ ସରକାର ଙ୍କ ନିଷ୍ପତ୍ତି କ୍ରମେ ୩୦.୦୬.୧୯୭୯ ପରେ ସମସ୍ତ ଉପଯୋଜନା ଅଞ୍ଚଳ ଗୁଡିକୁ ସମନ୍ନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ /ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ସମାନ ଭାବେ ସମ୍ପ୍ରସାରିତ କରାଗଲା । ସରକାରଙ୍କ ଉପରୋକ୍ତ ନିଷ୍ପତି କ୍ରମେ ସମନ୍ନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ,ପାରଳାଖେମୁଣ୍ଡି ଓଡିଶା ସରକାରଙ୍କ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ ଙ୍କ ନିର୍ଦ୍ଧାରଣ ସଂଖ୍ୟା ୧୯୧୪୯ ତା ୨୮.୦୬.୧୯୭୯ ଅନୁସାରେ ୩୦.୦୬.୧୯୭୯ ସ୍ଥାପିତ ହୋଇଥିଲା ।
ନିର୍ଦ୍ଧାରଣ ସଂଖ୍ୟା ୧୯୧୪୯ ତା ୨୮.୦୬.୧୯୭୯ ଅନୁସାରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ରେ ପରିବର୍ତିତ ହୋଇଥିଲା ଏବନ ସୋସାଇଟି ପଞ୍ଜୀକରଣ ନିୟମ ୧୮୬୦ ଅନୁସାରେ ୧୯୭୯ /୮୦୨ , ପଞ୍ଜୀକରଣ ସଂଖ୍ୟା ୧୫୯୯୮/୮୩୨ ଏକ ସଂସ୍ଥା ଭାବେ ପଞ୍ଜୀକୃତ ହୋଇଥିଲା ।

ଅବସ୍ଥିତି:

ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା , ଗଜପତି ଜିଲ୍ଲା ର ଏକମାତ୍ର ସବ –ଡିଭିଜନ ପାରଳାଖେମୁଣ୍ଡି ର ଆଦିବାସୀ ଉପ ଯୋଜନା ବ୍ଲକ ତଥା ଗୁମ୍ମା, ରାୟଗଡା, ନୂଆଗଡ , ରା॰ଉଦୟଗିରୀ ଓ ମୋହନା ରେ ନିଯୋଜିତ ଅଛି । ଏହି ଅଞ୍ଚଳ ଟି ୧୮.୫୨0 ଉତ୍ତର ଅକ୍ଷ୍ୟାଂଶ ରୁ ୧୯.୩୮ ଉତ୍ତର ଅକ୍ଷ୍ୟାଂଶ ଓଫ ୫୩.୫୫ ପୂର୍ବ ଦ୍ରାଘିମା ରୁ ୮୪.୨୫୦ ପୂର୍ବ ଦ୍ରାଘିମା ମଧ୍ୟବର୍ତୀ “ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ସଦର ମହକୁମା କୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ହେଲା – ବ୍ରହ୍ମପୁର –ପାରଳାଖେମୁଣ୍ଡି ଭୟା ରା.ଉଦୟଗିରୀ, ବ୍ରହ୍ମପୁର –ପାରଳାଖେମୁଣ୍ଡି ଭୟା ରାମଗିରି / ଜିରାଙ୍ଗ ରାସ୍ତା , ବ୍ରହ୍ମପୁର –ପାରଳାଖେମୁଣ୍ଡି ଭୟା ମଞ୍ଜୁଷା ଗାରାବନ୍ଧ ରାସ୍ତା, ଗୁଣପୁର –ପାରଳାଖେମୁଣ୍ଡି ରାସ୍ତା,ସେରଙ୍ଗ –ପାରଳାଖେମୁଣ୍ଡି ରାସ୍ତା, ନୂଆଗଡ ପାରଳାଖେମୁଣ୍ଡି ରାସ୍ତା ଭାୟା ଖଜୁରୀପଦା, ଓ ମୋହନା ପାରଳାଖେମୁଣ୍ଡି ଭାୟା ଚାନ୍ଦିପୁଟ ରାସ୍ତା ।
ବ୍ଲକ ସଦର ମହୁକୁମ ଠାରୁ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟ।ଳୟ ର ଦୂରତା ମୋହନା ୧୧୪ କି. ମି , ରା॰ ଉଦୟଗିରୀ-୬୩ କି. ମି ନୂଆଗଡ – ୫୮ କି. ମି,ରାୟଗଡା- ୪୦ କି. ମି, ଗୁମ୍ମା- ୩୩ କି. ମି, ଗମନା ଗମନ ଓ ଯାତାୟତ ପାଇଁ ସମସ୍ତ ବ୍ଲକ ସଦର ମହକୁମା ଗୁଡିକ ପକ୍କା ସଡକ ମାଧ୍ୟମ ରେ ଜିଲ୍ଲା ସଦର ମହକୁମା ସହିତ ସଂଯୁକ୍ତ ।

ଭୌଗଳିକ ଲକ୍ଷଣ:

ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା , ଗଜପତି ଜିଲ୍ଲା ମୁକ୍ଷ୍ୟତଃ ଏକ ପାହାଡିଆ ଅଞ୍ଚଳ ଯଥା ୬୦୯ ମି ଠାରୁ ୧୩୪୬୪ ମି ଉଚ୍ଚତା ବିଶିଷ୍ଠ ପୂର୍ବତଟ ପର୍ବତ ମାଳାର ଅଂଶ ବିଶେଷ ଯାହା ଓଡିଶା ର ଅନେକ ଉଚ୍ଚ ପର୍ବତ ମାଳା ମଧ୍ୟ ରୁ ଅନ୍ୟତମ । ଜିଲ୍ଲା ର ଉଚ୍ଚତମ ଶୃଙ୍ଗ –ମହେନ୍ଦ୍ରଗିରି -୧୫୦୦.୫୩ ମି । ମହେନ୍ଦ୍ରତନୟା ଏହାର ପ୍ରମୁଖ ନଦୀ ଓ ବଡ ନଦୀ ମୋହନ ବ୍ଲକ ଦେଇ ପ୍ରବାହିତ । ଏହା ୨୩୫୧.୧୧ ବର୍ଗ କି ॰ ମି ଜଙ୍ଗଲ ଅଞ୍ଚଳ କୁ ଧାରଣ କରିଛି । ଏହାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟ ରେ ରହିଛି କାଠ , ବାଉଁଶ, ଫୁଲ ଝାଡୁ ପତଳା ଗରୁଡ , ଶିଆଳି ପାତ୍ର , ଭୂଷଙ୍ଗ ପତ୍ର , ମହୁଲ ଫୁଲ , କୋଚିଲା ମଞ୍ଜି ଗେନ୍ଦୁଲି ଅଠା ଅଁଳା ।