ସମାଜ ମଙ୍ଗଳ ବିଭାଗ

ସମାଜ ମଙ୍ଗଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ର ବିବରଣୀ

ସମାଜ ମଙ୍ଗଳ ବିଭାଗଟି ସରକାର ଙ୍କ ମହିଳା, ଶିଶୁ ବିକାଶ ୱ ମିଶନ ଶକ୍ତି ବିଭାଗରେ କାର୍ଯ୍ୟ କରୁଅଛି । ରାଜ୍ୟର ଏହି ବିଭାଗଟି ସମାଜର ତଥା ଦୁର୍ବଳ ଶ୍ରେଣୀ (Vulnerable) ମାନଙ୍କର ସାମୁହିକ ବିକାଶ ନିମନ୍ତେ କାର୍ଯ୍ୟକାରୀ କରାଯାଇଅଛି। ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟଭାବେ ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ଏହା ଅଧୀନରେ ଥିବା ବ୍ଲକ ସ୍ତରର ସମନ୍ଵିତ ଶିଶୁ ବିକାଶ ସେବା ଯୋଜନା ପ୍ରକଳ୍ପ ଗୁଡିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ହେଉଛି ।ଏହି ଜିଲ୍ଲାରେ ସାତ ଗୋଟି କ ଅଞ୍ଚଳରେ ୭ ଗୋଟି ଶିଶୁ ବିକାଶ କାର୍ଯ୍ୟ।ଳୟ ଗୁଡିକ ଅଧୀନରେ ସେକ୍ଟର ସୁପର-ଭାଇଜର ମାନେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ସୁପରଭାଇଜର ନିଜ ସେକ୍ଟର ଅଞ୍ଚଳର ୨୦ ରୁ ୨୫ ଟି ଅଙ୍ଗନବାଡି କେନ୍ଦ୍ର ର ସାମୁହିକ ତଦାରଖ ଓ ଏହି ଅଞ୍ଚଳ ସମ୍ବନ୍ଧୀୟ ସମସ୍ତ ସରକାରୀ କାର୍ଯ୍ୟକ୍ରମର ପରିଚାଳନା ଅଙ୍ଗନବାଡି କର୍ମୀ ଦ୍ଵାରା କରାଇଥାନ୍ତି । ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାୟ ୩୦୦ ଲୋକସଂଖ୍ୟା ରେ ଓ ଅଣ-ଆଦିବାସୀ ଅଞ୍ଚଳରେ ୪୦୦ ଲୋକସଂଖ୍ୟା ରେ ଏକ ଅଙ୍ଗନବାଡି କେନ୍ଦ୍ର ରହିଥାଏ ଓ ସେହିପରି ଯଥାକ୍ରମେ ୧୫୦ ରୁ ୩୦୦ ଲୋକସଂଖ୍ୟା ବିଶିଷ୍ଠ ଅଞ୍ଚଳରେ ଏକ ମିନି (କ୍ଷୁଦ୍ର) ଅଙ୍ଗନବାଡି କେନ୍ଦ୍ର ରହୁଛି । ଗଜପତି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪୪୨ ଟି ଅଙ୍ଗନବାଡି ଓ ୯୨୪ ଟି ମିନି- ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକାରୀ ହେଉଛି।

ଲକ୍ଷ୍ୟ ଓ ଉଦ୍ଧେଶ୍ୟ

ଏହି ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟକ୍ରମ ସର୍ବ ପ୍ରଥମେ ୧୯୭୫ ମସିହା ରେ ସୁନ୍ଦରଗଡ ଜିଲ୍ଲାର ସବଡେଗା ବ୍ଲକରେ ନିମ୍ନ ଉଦେଶ୍ୟ ଗୁଡିକ ନେଇ କାର୍ଯ୍ୟକାରୀ ହୋଇଥିଲା ।

  • ୦ ରୁ ୬ ବର୍ଷ ଶିଶୁଙ୍କୁ ପୁଷ୍ଟି ଓ ସ୍ୱାସ୍ଥ୍ୟ ର ସାମୁହିକ ବିକାଶ
  • ଶିଶୁ ମାନଙ୍କର ମାନସିକ, ଶାରିରୀକ, ବୌଦ୍ଧିକ ବିକାଶ ସାଧନ କରିବା ତଥା ସାମୁହିକ ବିକାଶ ର ମୂଳଦୁଆ ସ୍ଥାପନ କରିବା
  • ଶିଶୁ ମାନଙ୍କ ରୁଗଣତା,ଶିଶୁ ମୃତ୍ୟୁହାର ତଥା ପୃଷ୍ଟିହୀନତା କମାଇବା
  • ଶିଶୁ ମାନଙ୍କ ଏହି ବିକାଶ ପାଇଁ ବିଭିନ୍ନ ବିଭାଗ ଗୁଡିକ ସହ ସମନ୍ଵୟ ରକ୍ଷା କରିବା
  • ଶିଶୁ ମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ର ଉନ୍ନତି ତଥା ଅନ୍ଧ ବିଶ୍ଵାସର ଦୂରୀକରଣ ନିମନ୍ତେ ମାଆ ମାନଙ୍କୁସଚେତନତା ସୃଷ୍ଟି କରିବା

ଜିଲ୍ଲା ସ୍ତରରେ ତଦାରଖ ଓ ପରିଚାଳନା

  • ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ଵିତ ଶିଶୁ ବିକାଶ ର କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ମାସରେ ଥରେ ହୁଏ
  • ଉପ-ଜିଲ୍ଲାପାଳ ଆଇ.ସି..ଡି.ଏସ୍ ର ଅଧ୍ୟକ୍ଷ ଅଟନ୍ତି

କାର୍ଯ୍ୟକ୍ରମ ଗୁଡିକର ବିଶଦ ବିବରଣୀ

  1. ପରିପୂରକ ପୁଷ୍ଟି ସାଧନ କାର୍ଯ୍ୟକ୍ରମ
    • ଏହା ଏକ ମୁଖ୍ୟ ସେବା ଯୋଜନା
    • ପୁଷ୍ଟିହୀନ ତଥା ସମସ୍ତ 0 ରୁ 6 ବର୍ଷ ବୟସର ଶିଶୁ ତଥା ଗର୍ଭବତୀ ଓ ପ୍ରସୂତୀ ଙ୍କ ଖାଦ୍ୟ ରେ ସନ୍ତୁଳନ ରକ୍ଷା କରି ସେମାନଙ୍କ ର ସ୍ୱାସ୍ଥ୍ୟ ର ଉନ୍ନତି ଆଣିବା
    • ବାର୍ଷିକ 300 ଦିନ ସମସ୍ତ 0 ରୁ 6ବର୍ଷ ବୟସ ର ଶିଶୁ,ଗର୍ଭବତୀ ଓ ପ୍ରସୂତୀ ମାଆ ଙ୍କୁ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ନିର୍ଦେଶ ଅନୁଯାୟୀ ଖାଦ୍ୟ ଯୋଗାଣ
    • ଏହି ଯୋଜନାରେ 6 ମାସରୁ 3 ବର୍ଷ ର ଶିଶୁ, ଗର୍ଭବତୀ ମହିଳାଙ୍କ ଘରକୁ ଶୁଖିଲା ଖାଦ୍ୟ ବଣ୍ଟନ ଓ 3 ରୁ 6 ବର୍ଷ ବୟସର ଶିଶୁ ଙ୍କୁ ଏହି ଅନୁପାତରେ ଦିଆଯାଏ

ଗରମ ରନ୍ଧା ଖାଦ୍ୟ : ପ୍ରାକ୍ – ବିଦ୍ୟାଳୟ ର ହିତାଧିକାରୀ ଙ୍କ ନିମନ୍ତେ ସକାଳ ଜଳଖିଆ ଓ ମଧ୍ୟ୍ୟାହ୍ନ ଭୋଜନ ୨୫ ଦିନ ନିମନ୍ତେ(PDF, ୧୭୩ କେ.ବି.)

ହିତାଧିକାରୀ ଅନୁଯାୟୀ ଦିଆଯିବା ଛତୁଆ ର ପରିମାଣ(PDF, ୨୪୬ କେ.ବି.)

ପୁଷ୍ଟି ଓ ସ୍ୱାସ୍ଥ୍ୟ ଶିକ୍ଷା

ଏହି ସେବା ଯୋଜନା ମାଧ୍ୟମରେ ୧୫ ରୁ ୪୫ବର୍ଷର ମହିଳା ମାନଙ୍କୁ, କିଶୋରୀ ବାଳିକା (୧୧ ରୁ ୧୪ ବର୍ଷ) ମାନଙ୍କୁ ବିଭିନ୍ନ ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ମାନ ଦିଆଯାଈଥାଏ । ଏହି ସେବା କୁ କାର୍ଯ୍ୟକାରୀ କରିବା ନିମନ୍ତେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ /(VHND) ମମତା ଦିବସ କାର୍ଯ୍ୟକ୍ରମ କରାଯାଈ ମା ଓ ଶିଶୁଙ୍କୁ ପରାମର୍ଶ ସେବା ତଥା ମୁଖ୍ୟ ସ୍ୱାସ୍ଥ୍ୟ ବାର୍ତ୍ତାମାନ ଦିଆଯାଈଥାଏ ।

ସ୍ୱାସ୍ଥ୍ୟ ପରୀକ୍ଷା

ଏହି ସେବାରେ ଗର୍ଭବତୀ ର ଯତ୍ନ ଠାରୁ ଆରମ୍ଭ କରି ପ୍ରସବ ସମୟର ଓ ପ୍ରସବପରବର୍ତ୍ତୀ ଯତ୍ନ , ଶିଶୁ ଯତ୍ନ (୦ ରୁ ୬ ବର୍ଷ) ଉପରେ ଗୁରୁତ୍ୱ ଦିଆଯାଏ । ଶିଶୂ ଙ୍କ ଜନ୍ମ ସଙ୍ଗେ ସଙ୍ଗେ ତାର ଯତ୍ନ ଖାଦ୍ୟ, ଟୀକାକରଣ, ଓଜନ, ପୁଷ୍ଟିହୀନତା ର ଦୂରୀକରଣ ତଥା ଝାଡାରୋଗ ର ପ୍ରତିକାର, କୃମିନାଶଓ ବିଭିର୍ନ ରୋଗ ର ସରଳ ପ୍ରତିକାର କୁ ଗୁରୁତ୍ୱ ଦିଆଯାଏ । ଗର୍ଭବତୀ ତଥା ପ୍ରସୂତୀ ର ଯତ୍ନ, ସଚେତନତା ମଧ୍ୟ ଏହି କାର୍ଯ୍ୟକ୍ରମ ର ଏକ ମୁଖ୍ୟ ଅଂଶ ବିଶେଷ ।

ପ୍ରତିଷେଧକ ବ୍ୟବସ୍ଥା

ଗର୍ଭବତୀ ମାଆ ଓ ନବଜାତ ଶିଶୁ ର ଠିକ୍ ସମୟରେ ଟୀକାକରଣ କରିବା ଅଙ୍ଗଂବାଡି କର୍ମୀଙ୍କ ଏକ ମୁଖ୍ୟ ଦାୟୀତ୍ୱ ଅଟେ । ଅଙ୍ଗଂନବାଡି କେନ୍ଦ୍ରରେ ହେଉଥିବା ସ୍ଥିରୀକୃତ ଟୀକାକରଣ ଦିବସରେ କର୍ମୀ ନିଜ ଅଂଚଳର ସମସ୍ତ ହିତାଧିକାରୀ ଙ୍କୁ ଆବଶ୍ୟକ ମୁତାବକ ଟୀକାକରଣ ପାଇଁ ଦାୟୀ ରହିବେ ।

ରେଫରଲ ସେବା

ସ୍ୱାସ୍ଥ୍ୟ ପରୀକ୍ଷା, ଗୃହ ପରିଦର୍ଶନ ଏବଂ ଓଜନ ର ତଦାରଖ ସମୟରେ କର୍ମୀ ତଥା ମହିଳା ସ୍ୱାସ୍ଥ୍ୟ କର୍ମୀ ( ANM) ମାନେ ପରାମର୍ଶ ସେବା ପାଇଁ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ପରାମର୍ଶ ସେବା ଯୋଗାଇଦେବା ନିମନ୍ତେ ଦାୟୀ ରହିବେ ।

ପ୍ରାକ – ବିଦ୍ୟାଳୟ ସେବା

ଏହା ଏକ ଅତ୍ୟାବଶ୍ୟକୀୟ ସେବା ଯୋଜନା ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା

  1. ଅଂଚଳର ସମସ୍ତ ଶିଶୁ ମାନଙ୍କୁ ଏକ ସୁସ୍ଥ ତଥା ଉନ୍ନତ ମାନର ବିଦ୍ୟାଳୟ ଶିକ୍ଷା ପ୍ରାପ୍ତ କରିବା ନିମନ୍ତେ ପୂର୍ବ ପ୍ରସ୍ତୁତି ମାଧ୍ୟମରେ ସେମାନଙ୍କ ନିମନ୍ତେ ଏକ ସୁନ୍ଦର ଭବିଷ୍ୟତ ଗଢି ତୋଳିବା
  2. ଏହି ଶିକ୍ଷା ଶିଶୁ ମାନଙ୍କ ମାନସିକ,ଶାରିରୀକ, ବୌଦ୍ଧିକ , ଆବେଗିକ, ସୃଜନଶୀଳତା ରବିକାଶ `କରାଇ ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତିକରିବା ନିମନ୍ତେ ଯତ୍ନବାନ ହେବ । ୩ ରୁ ୫ ବର୍ଷ ବୟସର ଶିଶୁ ମାନଙ୍କୁ ଏହି ସେବାପ୍ରଦାନ କରାଯାଈଥାଏ। ଶିଶୁ ମାନଙ୍କର ଏହି ବିକାଶ ଗଳ୍ପ, କାର୍ଯ୍ୟ ଭିତ୍ତିକ ଗୀତ, ବିଭିନ୍ନ ଖେଳ ଦ୍ୱାରା କରାଯିବ ବର୍ତ୍ତମାନ ୨୦୧୨ -୧୩ ମସିହା ଠାରୁ ସରକାର ଏହି କାର୍ଯ୍ୟକ୍ରମରେ ନୂତନତ୍ୱ ଆଣିବା ପାଈଁ ନୂଆ ଅଋଣୀମା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏଥିରେ ନିମ୍ନଲିଖିତ କାର୍ଯ୍ୟ ଗୁଡିକ କୁ ସାମିଲ କରାଯାଇଛି ।
    • ନୂଆ ଅଋଣୀମା ବହି ରେ ସାପ୍ତାହିକ କାର୍ଯ୍ୟନିର୍ଘଣ୍ଟ ରହିଛି
    • ବୟସ ଅନୁଯାୟୀ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଅଭ୍ୟାସ ପୁସ୍ତିକା ଦିଆ ଯାଈଛି
    • ସମସ୍ତ ଛାତ୍ର, ଛାତ୍ରୀ ଙ୍କ ପାଇଁ ୟୁନିଫର୍ମ
    • ବିଦ୍ୟାଳୟ ନିମନ୍ତେ ବେଲ୍
    • ସ୍ଥିରୀକୃତ ଦିବସ ଗୁଡିକ ପାଳନ ହେଉଛି
  3. ମମତା ଦିବସ
    • ଏହା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ସ୍ଥିରକରାଯାଈଥିବା ମଙ୍ଗଳବାର କିମ୍ବା ଶୁକ୍ରବାର ରେ କରାଯାଈଥାଏ
    • ମା ଓ ଶିଶୁ ଙ୍କର ସ୍ୱାସ୍ଥ୍ୟ ସେବାପାଈଁ ଏହି ଦିବସ ପାଳନ କରାଯାଈଥାଏ
    • ମମତା ଦିବସ ବା ଗ୍ରାମ୍ୟ ପୁଷ୍ଟି ଓ ସ୍ୱାସ୍ଥ୍ୟ ଦିବସରେ ନିମ୍ନ ସବୁ ସେବା ପ୍ରଦାନ କରାଯାଇଥାଏ
    • କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ସେବା
    • ଗର୍ଭବତୀ ଓ ପ୍ରସୂତୀ ଙ୍କୁ ସ୍ୱାସ୍ଥ୍ୟ ସେବା
    • IYCF (ନବଜାତ ଓ କିଶୋର ଙ୍କ ନିମନ୍ତେ ସ୍ୱାସ୍ଥ୍ୟ ସେବା )
    • ୦ ରୁ ୬ ବର୍ଷ ର ଶିଶୁ ଙ୍କ ଓଜନ ତଦାରଖ
    • ପୁଷ୍ଟିହୀନ ଶିଶୁ ଙ୍କ ଚିହ୍ନଟ , ପରାମର୍ଶ ଓ ତଦନୁଯାୟୀ ଚିକିତ୍ସା
    • ଶିଶୁଙ୍କ ସାଧାରଣ ରୋଗ ତଥା ତରଳ ଝାଡା, ମ୍ୟାଲେରିଆ, ଶ୍ୱାସନଳୀ ସଂକ୍ରମଣ, ରୋଗ ର କାରଣ, ନିରାକରଣ ଓ ପ୍ରତିକାର
    • ପରିବାର କଲ୍ୟାଣ ଯୋଜନା
    • ସ୍ୱାସ୍ଥ୍ୟ ର ଉନ୍ନତି ନିମନ୍ତେ ପରାମର୍ଶ ପ୍ରଦାନ
    • ମମତା

ମା ଓ ଶିଶୁ ପୁଷ୍ଟିହୀନତା ସମସ୍ୟା କୁ ଦୂର କରିବା ନିମନ୍ତେ ରାଜ୍ୟ ସରକାର ଗର୍ଭବତୀ ଓ ପ୍ରସୂତୀ ମା ମାନଙ୍କ ନିମନ୍ତେ “ମମତା” ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହା ଏକ ସର୍ତ୍ତମୂଳକ ଅର୍ଥ ପ୍ରଦାନକାରୀ ଯୋଜନା । ଏଥିରେ ଗର୍ଭବତୀ ଓ ପ୍ରସୂତୀ ମା ମାନେ ଉନ୍ନତ ପୁଷ୍ଟି ପାଇବା ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବାର ଲକ୍ଷ୍ୟ ରହିଛି ।

ଯୋଜନାର ଧାର୍ଯ୍ୟ ହିତାଧିକାରୀ ଓ ସାମୁହିକ ସ୍ଥିତି

ସରକାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ସେମାନଙ୍କ ପତ୍ନୀ ମାନଙ୍କ ବ୍ୟତୀତ ସମସ୍ତ ୧୯ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ୨ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହେବେ । ଏହି ଯୋଜନାର ହିତାଧିକାରୀ ୫୦୦୦ ଟଙ୍କା ପାଇବା ନିମନ୍ତେ ସୁବିଧା ରହିଛି ।

ଉନ୍ନତ ମାନର ପୁଷ୍ଟି ଯୋଜନା/ Nutrition Operation Plan (NOP)

ରାଜ୍ୟ ସରକାରଙ୍କ ତରଫରୁ ଅଧିକ ପୁଷ୍ଟିହୀନ ଓ ନିଃସହାୟ ଲୋକଙ୍କୁ ଚିହ୍ନଟ କରାଯାଇ ଏବଂ ରାଜ୍ୟର ମା ଓ ଶିଶୁ ସ୍ୱାସ୍ଥ୍ୟ ରେ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଚିହ୍ନଟ ୧୫ ଗୋଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଉଅଛି ଗଜପତି ଜିଲ୍ଲା ଏହି ୧୫ ଟି ଜିଲ୍ଲା ମଧ୍ୟରୁ ଗୋଟିଏ ଅଟେ ।

ଏହାର ମୁଖ୍ୟ ଲକ୍ଷ୍ୟ ହେଲା

  1. ବିଭିନ୍ନ ରୋଗର ପ୍ରତିକାର, ପ୍ରତିରୋଧ ଏବଂ ହ୍ରାସ କରିବା
  2. ନବଜାତ ଶିଶୁର ଯତ୍ନ ତଥା ଶିଶୁର ଜନ୍ମ ପରେ ଗୃହର ପରିବେଶ କୁ ଉନ୍ନତ କରାଇବା
  3. ଖାଦ୍ୟ ସାମଗ୍ରୀ ର ବ୍ୟବହାର କୁ ଉନ୍ନତ ମାନ ର କରାଇବା
  4. ବ୍ୟବହାରିକ ପରିବର୍ତ୍ତନ ଦ୍ୱାରା ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଉନ୍ନତି ଆଣିବା
  5. ସମନ୍ୱୀତ ଶିଶୁ ବିକାଶ ଯୋଜନା ର ସମସ୍ତ ସେବା ଗୁଡିକୁ ସଫଳ ରୂପାୟନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ ଯୋଜନା ମୂତାବିକ ସଫଳ କରାଈବା
  6. ପ୍ରତ୍ୟେକ ଅନୁନ୍ନତ ଓ ଅବହେଳିତ ଅଂଚଳ ଗୁଡିକରେ ICDS ଯୋଜନା ଗୁଡିକକୁ ପହଂଚାଈବା ।
  7. ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ବିଭାଗ ଯଥା – ସମନ୍ୱୀତ ଶିଶୁ ବିକାଶ (ICDS), ସ୍ୱାସ୍ଥ୍ୟ (Health) , ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS) ଓ ପଂଚାୟତି ରାଜ (PR) ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମନ୍ତେ ପଦକ୍ଷେପ ନେବା ।

କିଶୋରି ବାଳିକା ଯୋଜନା(SAG)

ଭାରତ ସରକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟା ୨୦୦୦ ମସିହାରେ “କିଶୋରୀ ଶକ୍ତି ଯୋଜନା” ନାମକ ଏକ ଯୋଜନା ଆରମ୍ଭ କରିଥିଲେ ଓ ଏହି ଯୋଜନା ର ମୂଳ ଲକ୍ଷ୍ୟ ଥିଲା। ୧୧ ରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋରୀ ବାଳିକା ମାନଙ୍କ ପୃଷ୍ଟି ଓ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି, ସେମାନଙ୍କ ଗୃହ ପରିଚାଳନା ଓ ଧନ୍ଦାମୂଳକ ଦକ୍ଷତା ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ପୃଷ୍ଟି ଏବଂ ପରିବାର କଲ୍ୟାଣ ଓ ପରିଚାଳନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରି ସର୍ବାଙ୍ଗୀନ ଉନ୍ନତି କରାଇବା ଓ ଏହା ପରେ ୨୦୦୨-୦୩ ମସିହାରୁ ପରୀକ୍ଷା ମୂଳକ ଭାବରେ “କିଶୋରୀ ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଜନା (ଏନପିଏଜି)। ଏଣୁ କିଶୋରୀ ଶକ୍ତି ଯୋଜନା ଏବଂ ଏନପିଏଜି କୁ ମିଶାଇ ରାଜୀବ ଗାନ୍ଧୀ କିଶୋରୀ ସଶକ୍ତିକରଣ ଯୋଜନା ନାମରେ ଏକ ନୂତନ ଯୋଜନା ପ୍ରଣୟନ କରାଗଲା । ଯାହାକି କିଶୋରୀ ମାନଙ୍କ ବହୁମୂଖୀ ସମସ୍ୟାର ସମାଧାନ ହୋଇପାରିବ। ଏହି ଯୋଜନା ରେ ଅନ୍ତର୍ଭୁକ୍ତ ସେବା ସମୂହ

  1. ପୃଷ୍ଟି ସେବା
  2. ଅଣପୃଷ୍ଟି ସେବା
  1. ପୃଷ୍ଟି ସେବା 

    ପୃଷ୍ଟି ସେବା ରେ ୧୧ ରୁ ୧୪ ବର୍ଷ ବିଦ୍ୟାଳୟ କୁ ଯାଉ ନ ଥିବା କିଶୋରୀ ବାଳିକା ଅନ୍ତର୍ଭୁକ୍ତ ହୋଇ ଦିନକୁ ୫ ଟଙ୍କା ହିସାବରେ ୬୦୦ କ୍ୟାଲୋରି ଏବଂ ୧୮ ରୁ ୨୦ ଗ୍ରାମ ପ୍ରୋଟିନ ପାଇବେ ।

  2. ଅଣପୃଷ୍ଟି ସେବା
  1. ୧୧ ରୁ ୧୮ ବର୍ଷ
    • ଖାଦ୍ୟ ପୃଷ୍ଟି ସେବା
    • ଲୌହ ଓ ଫଲିକ ଏସିଡ ବଟିକା
    • ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା ସମୂହ
    • ପୃଷ୍ଟି ଓ ସ୍ୱାସ୍ଥ୍ୟ ଶିକ୍ଷା
    • ପରାମର୍ଶ / ପରିବାର କଲ୍ୟାଣ, କିଶୋରୀ ପ୍ରଯୋଜନା ଓ ଯୌନ ସ୍ୱାସ୍ଥ୍ୟ
    • ଜୀବନ କୌଶଳ ଶିକ୍ଷା ଓ ଉଦ୍ଧିଷ୍ଟ ହୋଇଥିବା ଜନ ସେବା ଗୁଡିକ
  2. ୧୬ ରୁ ୧୮ ବର୍ଷ
    • ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୃତ୍ତିଗତ ତାଲିମ
    • କର୍ମ କ୍ଷେତ୍ରରେ ମହିଳା ଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩। କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଉତ୍ପୀଡନ ର ବିପକ୍ଷରେ ସୁରକ୍ଷା ଏହାର ନିଷେଧ ତଥା ଯୌନ ଉତ୍ପୀଡନ ଅଭିଯୋଗ ର ନିବାରଣ ନିମନ୍ତେ ସରକାରଙ୍କ ଦ୍ଵାରା ୨୦୧୩ ଡିସେମ୍ବର ରେ ଆଇନ ପ୍ରଣୟନ କରାଗଲା । ଅଧିନିୟମର ଧାରା ୪ (ଉପଧାରା ୧) ଅନୁସାରେ ପ୍ରତ୍ୟେକ ନିଯୁକ୍ତି ଦାତା କର୍ମକ୍ଷେତ୍ର ରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିବେ। ଏହା ପ୍ରତ୍ୟେକ କର୍ମସ୍ଥଳୀ ରେ ଗଠନ ହେବା ଉଚିତ । ଓଡିଶା ରେ ମହିଳା ଓ ଶିଶୁ ବିକାଶ ବିଭାଗର ପତ୍ର ସଂଖ୍ୟା ୨୩୩୯୯ / ତାରିଖ- ୭.୧୨.୨୦୧୩ ଅନୁସାରେ ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଜିଲ୍ଲାଧିକାରୀ ଭାବେ ବିଜ୍ଞାପିତ କରାଯାଇଛି । ଜିଲ୍ଲା ଅଫିସର ଜିଲ୍ଲା ରେ “ସ୍ଥାନୀୟ ଅଭିଯୋଗ କମିଟି ଗଠନ କରିବେ ଓ ଏହାକୁ ଆସୁଥିବା ଅଭିଯୋଗ ଗୁଡିକର ତଦାରଖ କରିବେ।
    • ମହିଳା ଘରୋଇ ହିଂସା ରୁ ସୁରକ୍ଷା

ଆମ ଚଳିତ ସମାଜରେ ଘରୋଇ ହିଂସା ଏକ ଅବିଛେଦ୍ୟ ଅଂଙ୍ଗ ଭାବେ ରହିଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରିନଥାଏ। ଏଣୁ ମହିଳାଙ୍କୁ ଘରୋଇହିଂସାରୁ ସୁରକ୍ଷା ଦେବା ନିମନ୍ତେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି। ଯାହା ୨୬/୧୦/୨୦୦୬ ଠାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ ସମସ୍ତ ପ୍ରକାର ର ଘରୋଇହିଂସା,ଉତ୍ପିଡନ, ଏବଂ ଶୋଷଣ ରୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ଘରୋଇ ହିଂସା ଅର୍ଥାତ ଯେକୌଣସି କାର୍ଯ୍ୟ ବା ପ୍ରଚେଷ୍ଟା ଯାହା ଦ୍ୱାରା କୌଣସି ମହିଳା କିମ୍ବା ସନ୍ତାନ(ବିବାହ ହେବା କିମ୍ବା ନ ହେବା ସତ୍ତ୍ୱେ ଏକାଠି ବସବାସ କରିଥିବା ଯୋଗୁଁ ଜନ୍ମିତ) ଙ୍କ ର ସ୍ୱାସ୍ଥ୍ୟ,ସୁରକ୍ଷା ଅଥବା ମର୍ଯ୍ୟାଦା ବା ସମ୍ମାନ ଉପରେକ୍ଷତ ବା ଆଘାତ ହୋଇଥାଏ ବା ହେବାର ସମ୍ଭାବନା ରହିଥାଏ, ତେବେ ସେ ଏହାର ପରିସରଭୁକ୍ତ ଅଟନ୍ତି। ଏଥି ନିମନ୍ତେ ପ୍ରତ୍ୟେକ ଜିଲ୍ଲାର ପ୍ରୋଗ୍ରାମ ଅଫିସର ଜିଲ୍ଲାର ମହିଳା ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ନିମ୍ନଚାରିଜଣ ଏହି ଆଇନ କୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାଗିଦାର ରହିଛନ୍ତି।

  1. ଜିଲ୍ଲାସୁରକ୍ଷାଅଧିକାରୀ
  2. ସେବାପ୍ରଦାନକାରୀ
  3. ପୋଲିସ
  4. ଆଇନ ସେବା ଅଧିକାରୀ

ମିଶନଶକ୍ତି

  1. ସ୍ଵୟଂ ସହାୟକଗୋଷ୍ଠୀର ସଂଖ୍ୟା ଦୁଇଗୁଣିତ କରିବା
  2. ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରିବା
  3. ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘର ଦକ୍ଷତା ବୃଦ୍ଧି
  4. ବିଭିନ୍ନ ସରକାରୀ କାଯ୍ୟକ୍ରମୄର ସ୍ଵୟଂ ସହାୟକ ଗୋଷ୍ଠୀଷ୍ଠୀକୁ ସଂପୃକ୍ତ କରାଇବା
  5. ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅଥିକ ସହାୟତା ପ୍ରଦାନ କରିବା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀର ବିକ୍ରୟ ନିମନ୍ତେ (ବଜାରୀକରଣ) ସହାୟତା ପ୍ରଦାନ କରିବା