ବନ୍ଦ କରନ୍ତୁ

ନଗର ପାଳିକା

ଇ-ମୁନିସିପାଲିଟୀ ସେବା, ପାରଳାଖେମୁଣ୍ଡି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ପାରଳାଖେମୁଣ୍ଡି ପୌରପାଳିକା ଦ୍ୱାରା ଡିଜିଟାଲ ସେବା ପ୍ରଦାନ କରାଯାଇ ଅଛି । ଯାହା ଫଳରେ ଲୋକମାନେ କମ ସମୟ ଭିତରେ ସେବା ପାଇପାରିବେ ।

ସେହି ସେବା ଗୁଡିକ ହେଲା

  1. ଜନ୍ମ ମୃତୁ ପ୍ରମାଣ ପତ୍ର
  2. ବିବାହ ପ୍ରମାଣ ଅବେଦନ
  3. ଅଭିଯୋଗ ଅବେଦନ
  4. ଘର ଟିକସ ପୈଠ
  5. ବୈବସାୟ ପାଇଁ ପ୍ରମାଣ ପତ

ଅଧିକ ବିବରଣୀ ସକାଶେ ୱେବ୍ ସାଇଟ କୁ କ୍ଲିକ କରନ୍ତୁ:  https://www.ulbodisha.gov.in/or/ULB022/

ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳର ବିବରଣୀ  ଏହି ପୌରପରିଷଦ ପୁର୍ବ ମାଦ୍ରାସ ଶାସନାଧିର ଓଡିଶା ମୁନିସିପାଲ ଆଇନ ୧୯୫୦ତରିଖ ୧୭.୦୮.୧୮୮୫ ରେ ଓଡିଶା ସରକାର ପ୍ରଶାସନିକ ନିୟନ୍ତ୍ରଣ ବିଜ୍ଞାପନ ସଂ.୩୦୦୩/I & O ତାରିଖ ୧୬.୦୪.୧୯୯୭ରେ ତିନୋଟି ଗ୍ରାମର ସମିଶ୍ରଣର ତଥା ପାରଳା ଖାସପା,କାବିଟି ଖାସପା,ଘେରୁବୁଡିଗୁଡା ଖାସପା ଗଠନ ହୋଇଥିଲା ।  ପରବରର୍ତତ୍ତୀ  ସମୟରେ ଏହା ଆଠଟି ମୌଜାରେ ବିଭକ୍ତ କରାଗଲା, ଯଥାକ୍ରମେ ରେଲି ସାହି ମୌଜା, ଗଂଗାଧର ପୁର ମୌଜା, କୃଷ୍ଣଚନ୍ଦ୍ରପୁର ମୌଜା, ଦିନକୃଷ୍ଣ ପୁର ମୌଜା, ଗୌରଚନ୍ଦ୍ରପୁର ମୌଜା, ରାମସ୍ୱାମିପୁର ମୌଜା,କଭିଟିପୁର ମୌଜା,ଏବଂ ପାରଳାଖେମୁଣ୍ଡି ମୌଜା ।

ଜନସଂଖ୍ୟା ବିବରଣୀ
ୱାର୍ଡ ସଂଖ୍ୟା ଜନସଂଖ୍ୟା ପୁରୁଷ ସଂଖ୍ୟା ମହିଳା ସଂଖ୍ୟା ଅନୁସୁଚିତ ସଂଖ୍ୟା ଅନୁସୁଚିତ ଜନ ଜାତି ସଂଖ୍ୟା
୧୬ ୪୬୨୭୨ ୨୩୧୮୫ ୨୩୦୮୭ ୭୨୪୧ ୩୫୦୦

ଦିନଦୟାଳୁ  ଅନ୍ତଦୋୟ ଜାତୀୟ ସହରାଞ୍ଚଳ ଜୀବିକା ବିକାଶ ଯୋଜନା ଏହି ଯୋଜନାର ମୁଖ୍ୟ ଅଭିମୁଖ୍ୟ ହେଲା ସହରାଞ୍ଚଳର ବସବାସ କରୁଥିବା ଗରିବ ଲୋକମାନଙ୍କୁ ବିଭିନ୍ନ ଧନ୍ଦା ମୁଳକ ଶିକ୍ଷା ଯୋଗାଇଦେବା ସହ ସେମାନଙ୍କୁ ବ୍ୟାଙ୍କ  ଗୁଡିକ ସହ ଯୋଗଯୋଗ କରାଇ ବିଭିନ୍ନ ଋଣ ପ୍ରଦାନ କରାଇବା,ଏହା ସହ ସ୍ୱଂୟ ସହାୟକ ଗୋଷ୍ଠି  କରି ସେମାନକୁ ବିଭିନ୍ନ ତାଲିମ ଯୋଗାଇ ଦେଇ ବିଭିନ୍ନ ଜୀବିକା ସୁଦୃଢ କରିବା,ରାସ୍ତା କଡରେ ବିକ୍ରିକରୁଥିବା ଭେଣ୍ଡର ମାନକୁ ବିଭିନ୍ନ ସରକାରୀ ଜନମଂଗଳ କାର୍ଯକ୍ରମ ସହ ସଂଯୋଗ କରିବା,ସେମାନଙ୍କୁ ପରିଚୟ ପତ୍ର ଦେବା ସହ ଭେଣ୍ଡିଂଗ ଦୋକାନ ଘର କରି ଯୋଗାଇଦବା ।  ସହରରେ ଖୋଲା ଅକାଶ ତଳେ କିମ୍ବା ବସ୍ ସ୍ଟାଣ୍ଡ, ରେଳ  ଷ୍ଟେସନ  ମାନଙ୍କରେ ଶୋଉଥିବା ଗୃହହୀନ ବୁଲା ଲୋକ ମାନଙ୍କୁ ଘର କରି ସେଥିରେ ରହିବା ବ୍ୟବସ୍ଥା କରାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ  ।

  1. ଆତ୍ମ ନିଯୁକ୍ତି କାର୍ଯ୍ଯକ୍ରମ
    • ଆତ୍ମ ନିଯୁକ୍ତି କାର୍ଯ୍ଯକ୍ରମ (ବ୍ୟକ୍ତି ଗତ)
    • ଆତ୍ମ ନିଯୁକ୍ତି କାର୍ଯକ୍ରମ(ସ୍ୱୟଂ ସହାୟକ ଗୋଷ୍ଠୀ)
    • ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ବ୍ୟାଙ୍କ ସହ ସଂଯୋଗ
  2. ସାମାଜିକ ପରିବର୍ତନ ଓ ସଂଗଠନର ଉନ୍ନତୀକରଣ
    • ସ୍ୱୟଂ ସହାୟକ ଗୋସ୍ଠି ଗଠନ ବ୍ୟାଙ୍କ ଖାତା ଖୋଲିବା ଓ ବିଭିନ୍ନ ତାଲିମ ପ୍ରଦାନ କରିବା
    • ଘୁଣ୍ନାୟମାନ ପାଣ୍ଠି ପ୍ରଦାନ

ଗୃହ ହିନ ମାନଙ୍କୁ ଗୃହ ପ୍ରଦାନ ସହରରେ ଖୋଲା ଅକାଶ ତଳେ କିମ୍ବା ବସ୍ ସ୍ଟାଣ୍ଡ, ରେଳ ଷ୍ଟେସନ ମାନଙ୍କରେ ଶୋଉଥିବା ଗୃହହୀନ ବୁଲା ଲୋକ ମାନଙ୍କୁ  ଘର କରି ସେଥିରେ ରହିବା ବ୍ୟବସ୍ଥା କରାଇବା ଏହି ଯୋଜନା ର ମୁଖ୍ୟ ଲକ୍ଷ୍ୟ । ରାସ୍ତାକଡରେ ବିକ୍ରି କରୁଥିବା ଭେଣ୍ଡରଂକୁ ସହାୟତା ପ୍ରଦାନ ରସ୍ତା କଡରେ ବିକ୍ରିକରୁଥିବା ଭେଣ୍ଡର ମାନକୁ ବିଭିନ୍ନ ସରକାରି ଜନମଂଗଳ କାର୍ଯ୍ଯକ୍ରମ ସହ ସଂଯୋଗ କରିବା,ସେମାନଙ୍କୁ ପରିଚୟ ପତ୍ର ଦେବା ସହ ଭେଣ୍ଡିଂଗ ଦୋକାନ ଘର କରି ଯୋଗାଇଦବା । ଅଧିକ ବିବରଣୀ ସକାଶେ ଯୋଗାଯୋଗ ୱେବ ସାଇଟ

https://nulm.gov.in