ବନ୍ଦ କରନ୍ତୁ

ମହାରାଜା ଗଜପତି

ବୃନ୍ଦାବନ ରାଜପ୍ରାସାଦ ହେଉଛି କେବଳ ଗଜପତି ଜିଲ୍ଲାର ନୁହେଁ ସମଗ୍ର ଓଡ଼ିଶା ଈତିହାସରଏକ ପ୍ରମୁଖ ସ୍ଥାନ । ଏହ ପୂର୍ବତ୍ତନ ମହାରାଜା ପାରଳାଖେମୁଣ୍ଡିଙ୍କ ଗ୍ରୀଷ୍ମକାଳୀନ ବାସଗୃହ ଅଟେ । ଏହା ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ । ଏହା ଶାଳ ବୃକ୍ଷ ଦ୍ୱାରା ଆବଦ୍ଧ ହୋଇ ରହିଥିବା ସ୍ଥାନ । ବୃନ୍ଦାବନ ରାଜଗୃହ ୩ ଗୋଟି ମହଲା ବିଶିଷ୍ଟ ଗୃହ ଯେଉଁଥିରେ ଏକ ଗୃହ ମାଟିତଳେ ଅବସ୍ଥିତ ଅଟେ । ଏହି ଗୃହଟି ରାଜାଙ୍କର ମୁଖ୍ଯ ଦରବାର ସହିତ ସଂଯୋଗ ହୋଇଅଛି । ଏହି ରାଜଗୃହ ଅତି ଉଚ୍ଚକୋଟୀର କାରୁକାର୍ଯ୍ଯର ପରିଚୟ ଦେଇଥାଏ । ରାଜପ୍ରାସାଦକୁ ଲାଗି ଏକ ସୁନ୍ଦର ବଗିଚା ଅଛି ଯେଉଁଥିରେ ରାଜା ଅବସର ସମୟରେ ଭ୍ରମଣ କରନ୍ତି ।

  • ମହାରଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି
  • ଗଜପତିଙ୍କର ରାଜ ପ୍ରାସାଦ
  • ବୃନ୍ଦାବନ ରାଜପ୍ରାସାଦ
  • ରେଳ ଷ୍ଟେସନ ରେ ବ୍ରିଟିଶ ଶାସକଙ୍କ ସହିତ ମହାରାଜା ଶ୍ରୀ କୃଷ୍ନ ଚନ୍ଦ୍ର ଗଜପତି
  • ବ୍ରିଟିଶ ଶାସକଙ୍କ ସହିତ ମହାରାଜା ଶ୍ରୀ କୃଷ୍ନ ଚନ୍ଦ୍ର ଗଜପତି
  • ପାରଳାଖେମୁଣ୍ଡି ଷ୍ଟେସନରେ ରେଳ ଉଦ୍ଘାଟନ
  • ମହାରଜା ଗଜପତି
  • ରାଜ ପ୍ରାସାଦ ପାରଳାଖେମୁଣ୍ଡି
  • ବୃନ୍ଦାବନ ରାଜପ୍ରାସାଦ ପାରଳାଖେମୁଣ୍ଡି
  • ରେଳ ଷ୍ଟେସନ ରେ ବ୍ରିଟିଶ ଶାସକଙ୍କ ସହିତ ମହାରାଜା ଶ୍ରୀ କୃଷ୍ନ ଚନ୍ଦ୍ର ଗଜପତି
  • ଗଜପତି ମହାରାଜା
  • ପାରଳାଖେମୁଣ୍ଡି ଷ୍ଟେସନରେ ରେଳ ଉଦ୍ଘାଟନ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ମହାରାଜା ପଲେସ୍‌ ପାରଳାଖେମୁଣ୍ଡି ପହଞ୍ଚିବା ପାଇଁ : ଭୁବନେଶ୍ବର ବିମାନଶ୍ରୟ ରୁ ୨୮୦ କି.ମି. ଦୂର ରୋଡ ମାର୍ଗ ରେ ଅଛି। ବିଶାଖାପଟ୍ନାମ ବିମାନଶ୍ରୟ ରୁ ୧୭୦ କି.ମି. ଦୂର ରୋଡ ମାର୍ଗ ରେ ଅଛି।

ରେଳଗାଡ଼ିରେ

ପାରଳାଖେମୁଣ୍ଡି, ପଲସା ରେଲ ସ୍ଟେସନ୍‌ ରୁ ୪୦ କି.ମି. ଦୂର ରୋଡ ମାର୍ଗ ରେ ଅଛି। ପାରଳାଖେମୁଣ୍ଡି ରେ ମଧ୍ଯ ରେଲ ସ୍ଟେସନ୍‌ ଅଛି, ଜାହା ସୀମିତ ରେଳ ଗାଡିୟା ଚାଲୁଛି ।

ସଡ଼କ ପଥରେ

ଭୁବନେଶ୍ୱର ଓ ବିଶାଖାପାଟଣା(ଆନ୍ଧ୍ର ପ୍ରଦେଶ) ସହିତ ଯୋଗା ଯୋଗ ଅଛି ।